www.samajalive.in
Monday, December 8, 2025
14.1 C
Bhubaneswar

ଯୁଗ୍ମ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣ ଶ୍ରମିକ ଫେଡ଼େରେସନର ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର : ଓଡ଼ିଶା ନିର୍ମାଣ ଶ୍ରମିକ ଫେଡ଼େରେସନ ତରଫରୁ ୧୧ ଦଫା ଦାବି ନେଇ ଆଜି ଓଡ଼ିଶା ଯୁଗ୍ମ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶ୍ରମ ବିରୋଧୀ ଚାରୋଟି ଲେବର କୋଡ଼ ବାତିଲ, ଜିଲା ଶ୍ରମ କାର୍ଯ୍ୟାଳୟରେ ପଡ଼ି ରହିଥିବା ନିର୍ମାଣ ଶ୍ରମିକମାନଙ୍କର ଆବେଦନ ଫର୍ମଗୁଡ଼ିକୁ ତୁରନ୍ତ ପଞ୍ଜିକରଣ କରିବା, ନୂତନ ଆବେଦନ ଫର୍ମ ଗୁଡ଼ିକୁ ପଞ୍ଜିକରଣ କରିବା, କୋଭିଡ୍-୧୯ ସହାୟତା ରାଶି ପାଇନଥିବା ଅବଶିଷ୍ଟ ଶ୍ରମିକମାନଙ୍କୁ ୧୫୦୦ ଟଙ୍କା ତୁରନ୍ତ ପ୍ରଦାନ ଓ ପଡ଼ି ରହିଥିବା ବିଭିନ୍ନ ସହାୟତା ରାଶିଗୁଡ଼ିକୁ ତୁରନ୍ତ ପ୍ରଦାନ ଆଦି ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଯୁଗ୍ମ ଶ୍ରମ କମିଶନରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।

 

- Advertisement -

ଶ୍ରମ କମିଶନର ଆସନ୍ତା ସୋମବାର ସୁଦ୍ଧା ସମାଧାନର ବାଟ ବାହାର କରି ଶ୍ରମିକମାନଙ୍କୁ ଉପଯୁକ୍ତ ନ୍ୟାୟ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଉକ୍ତ ବିକ୍ଷୋଭ ପ୍ରଦର୍ଶନରେ ଫେଡ଼େରେସନର ସଭାପତି ସୁରେଶ ଚନ୍ଦ୍ର ରାଉତରାୟ, ସାଧାରଣ ସମ୍ପାଦକ ପଞ୍ଚାନନ ମହାରଣା, ଉପସଭାପତି ପ୍ରଦୀପ ମହାନ୍ତି, କାର୍ଯ୍ୟକାରୀ ସଭାପତି ଭାଗିରଥୀ ସେନାପତି, ଯୁଗ୍ମ ସମ୍ପାଦକ ସାଥୀ ସୁନିଲ କୁମାର ଗୌଡ଼, କୋଷାଧ୍ୟକ୍ଷ ସାଥୀ ବିରଞ୍ôଚ ନାରାୟଣ ବିଶ୍ୱାଳ, ମାନସ ରଞ୍ଜନ ଦାସ, ଇନ୍ଦ୍ରମଣି ଜେନା, ମନୋରଞ୍ଜନ ସାହୁ, ପରମାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories