ସମ୍ବଲପୁର: ସମ୍ବଲପୁର ସହରର ଭାଲୁପାଲି ସ୍ଥିତ ଏକ ହୋଟେଲ ଠାରେ ରୋଟାରୀ କ୍ଲବ ଅଫ୍ ସମ୍ବଲପୁରର ୫୬ ତମ ଅଧିଷ୍ଠାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରୋଟାରୀ କ୍ଲବ ଅଫ୍ ସମ୍ବଲପୁର ପକ୍ଷରୁ ୨୦୨୫ – ୨୦୨୬ ପାଇଁ କ୍ଲବ୍ର ସଭାପତି ଭାବରେ ରଶ୍ମି ରଞ୍ଜନ ମହାପାତ୍ର ଓ ସମ୍ପାଦକ ଭାବରେ ଦେବାଶିଷ ରାୟଗୁରୁଙ୍କ ସମେତ ଅନ୍ୟ ପଦାଧିକାରୀ ମାନେ ମିଳିତ ଭାବରେ ଶପଥ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ବିଦାୟୀ ସଭାପତି ତୁଷାର କାନ୍ତ ପ୍ରଧାନ ଓ ବିଦାୟୀ ସମ୍ପାଦକ ଅଭିଜିତ ରାଏ ପ୍ରମୁଖ ମଞ୍ଚାସିନ ରହିଥିଲେ।
ଅଧିଷ୍ଠାନ ସମାରୋହରେ ମୁଖ୍ୟ ଅତିଥି ଭାବରେ ରୋଟାରୀ ଡିଷ୍ଟିକ ଗଭର୍ଣ୍ଣର ପାଇଁ ମନୋନୀତ ହୋଇଥିବା ରୋଟାରୀଏନ ଆଲୁମ ସିଂ ରୁପରା, ସମ୍ମାନିତ ଅତିଥି ଭାବରେ ସହକାରୀ ଗଭର୍ଣ୍ଣର ପ୍ରମୋଦ ଅଗ୍ରୱାଲ ପ୍ରମୁଖ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ରୋଟାରୀ କ୍ଲବ ଅଫ୍ ସମ୍ବଲପୁର ପୁର୍ବତନ ସଭାପତି ଏମପି ନାଏକ ସଂଯୋଜନା କରି ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଡା. ପ୍ରଭାସ ଦେବତା, ଡା. ସୋଭନ ହୋତା, ପାୟଲ ବାଗ, ରାନୀ ନାରାୟଣ ପଣ୍ଡା, ରଶ୍ମି ରଞ୍ଜନ ମୁଦୁଲି, ସରୋଜ ପଣ୍ଡା, ଅଭିନାଶ ପଣ୍ଡା, ସନ୍ତୋଷ ହୋତା, ପ୍ରଦୀପ ସୁସାରୀ, ସୁଜାତା ସାହୁ ପ୍ରମୁଖ କ୍ଲବରେ ନୁତନ କରି ଯୋଗଦାନ କରିଥିଲେ। ଏଥି ସହ ଉଦିତ ପ୍ରସାଦ ବାବୁ, ଦାମୋଦର କର, ରାଜ କିଶୋର ଦାସ, ୱ।ସେ ମଲ୍ଲିକଙ୍କ ସମେତ ସବୁ ବରିଷ୍ଠ ସଭ୍ୟ ସଭ୍ୟା ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।



