www.samajalive.in
Sunday, December 14, 2025
19.1 C
Bhubaneswar

ଡାଇରିଆ ସ୍ଥିତି ପରଖିଲେ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ

ରେଂଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ହିର୍ଲି ପାଲି ଗ୍ରାମରେ ଏବେ ଡାଇରିଆ ଆତଙ୍କ। ଗ୍ରାମର ମୁଖ୍ୟତଃ ମାଙ୍ଗିଲି ପଡ଼ା, ଧୁବା ପଡ଼ା ଓ ସହରାପଡ଼ାରେ ଡାଇରିଆରେ ଆକ୍ରାନ୍ତ ହେଉଛନ୍ତି ଅଧିକ ଲୋକ। ଏବେ ସୁଦ୍ଧା ୬୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୪୭ ଜଣ ଉପକୃତ ହୋଇ ସାରିଛନ୍ତି। ୫ ଜଣ ବୁର୍ଲାରେ, ଜଣେ ବରଗଡ଼ ଓ ଜଣେ ଗ୍ରାମରେ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଦ୍ଵାରା ଚିକିତ୍ସିତ ହେଉଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ରହିଛି। ଡାଇରିଆ ସଂକ୍ରମଣ ହାର ବଢୁଥିବା ଖବର ନେଇ ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଗତ ୫ ତାରିଖରୁ ଏକ ୧୨ ଜଣିଆ ସ୍ବାସ୍ଥ୍ୟ କର୍ମୀଙ୍କୁ ନେଇ ଏକ ଦଳ ଗଠନ କରି ହିର୍ଲୀ ପାଲି ଠାରେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଖୋଇଛନ୍ତି।

ସ୍ବାସ୍ଥ୍ୟ କର୍ମୀ ଦଳରେ ଡଃ ଯଯାତି ରାଉତ, ଡଃ ସୀମାରାଣୀ ନନ୍ଦ, ଡଃ ଭିଷ୍ମଦେବ ଭୋଇଙ୍କ ସମେତ ଏଏନଏମ, ଆଶାକର୍ମୀ ଓ ଅଙ୍ଗନୱାଡ଼ି କର୍ମୀ ରହିଛନ୍ତି। ବରଗଡ଼ ଓ ଅତାବିରା ଆରଡବ୍ଲୁଏସଏସର ଯନ୍ତ୍ରୀ ମାନେ ଆସି ଗ୍ରାମରେ ବ୍ୟବହୃତ ପାନୀୟ ଜଳର ପରୀକ୍ଷା ନିରୀକ୍ଷା କରିବା ପରେ ଡାଇରିଆ ପଜିଟିଭ ବୋଲି ଜଣାପଡିଛି। ଦୂଷିତ ପାନୀୟ ଜଳ ଯୋଗୁଁ ଡାଇରିଆ ସଂକ୍ରମଣ ଗ୍ରାମରେ ବୃଦ୍ଧି ପାଉଥିବା ସ୍ପଷ୍ଟ ହୋଇଛି। ଆଜି ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ପହଞ୍ଚି ଡାଇରିଆ ସ୍ଥିତି ପରଖି ଥିଲେ। ଏହା ସହ ପାନୀୟ ଜଳ ପରୀକ୍ଷା ପାଇଁ ବରଗଡ଼ ପଠାଇଛନ୍ତି। ଗ୍ରାମର ସମସ୍ତ ନଳକୂଅ, କୂଅରେ ହାଲୋଜେନ୍ ବଟିକା ପକା ଯିବା ସହ ଚାରିଆଡ଼େ ବ୍ଲିଚିଂ ପାଉଡର ଓ ଫିନାଇଲ ସିଞ୍ଚନ କରାଯାଇଛି। ଭୁବନେଶ୍ୱରରୁ ସ୍ବାସ୍ଥ୍ୟ କର୍ମୀ ଦଳ ମଧ୍ୟ ଏହି ଗ୍ରାମକୁ ପହଞ୍ଚିବାର ସୂଚନା ରହିଛି।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories