www.samajalive.in
Sunday, December 14, 2025
23.1 C
Bhubaneswar

ବ୍ରଜେନ୍ଦ୍ର ରାୟ ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚିତ

ଆଠଗଡ: ଆଠଗଡର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ବ୍ରଜେନ୍ଦ୍ର କୁମାର ରାୟ ବିଜେପିର ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ଜଣାପଡିଛି। ଗତ ୭ ତାରିଖରେ ଭୁବନେଶ୍ଵରରେ ଅନୁଷ୍ଠିତ ଦଳର ସାଂଗଠନିକ ନିର୍ବାଚନରେ ଓଡିଶାରୁ ଦଳର ମୋଟ ୩୨ ଜଣ ବରିଷ୍ଠ ତଥା ଅଭିଜ୍ଞ ନେତା ଅପ୍ରତିଦ୍ୱନ୍ଦୀ ଭାବେ ରାଷ୍ଟ୍ରୀୟ ପରିଷଦକୁ ନିର୍ବାଚିତ ହୋଇଥିବା ବିଜେପିର ରାଷ୍ଟ୍ରୀୟ ପର୍ଯ୍ୟବେକ୍ଷକ ଡ.ସଞ୍ଜୟ ଜୟସ୍ୱାଲ୍ ଘୋଷଣା କରିଥିଲେ। ବିଜେପିର ମର୍ଯ୍ୟାଦାଜନକ ରାଷ୍ଟ୍ରୀୟ ପରିଷଦକୁ ଓଡିଶାରୁ ନିର୍ବାଚିତ ୩୨ ଜଣଙ୍କ ମଧ୍ୟରେ କେତେକ ବିଧାୟକ, ସାଂସଦ, ପୂର୍ବତନ ବିଧାୟକ ଏବଂ ବହୁ ବରିଷ୍ଠ ନେତା ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି।

ଆଠଗଡର ବରିଷ୍ଠ ନେତା ଶ୍ରୀ ରାୟ ଦୀର୍ଘ ଦିନ ଧରି ଦଳର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଦାଇତ୍ୱ ନିର୍ବାହ କରି ଦଳର ସଂଗଠନକୁ ମଜବୁତ କରିଛନ୍ତି। କଟକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଏକମାତ୍ର ନେତା ଭାବେ ବିଜେପି ରାଷ୍ଟ୍ରୀୟ ପରିଷଦକୁ ନିର୍ବାଚିତ ହୋଇଥିବା ଶ୍ରୀ ରାୟଙ୍କୁ ରାଜ୍ୟ ତଥା କଟକ ଜିଲା ଏବଂ ଆଠଗଡର ବହୁ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତା ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories