ନବବର୍ଷ ସ୍ୱାଗତ ଅପେକ୍ଷାରେ କେନ୍ଦୁଝରବାସୀ

କେନ୍ଦୁଝରଗଡ଼: ନୂତନ ଆଶା ଓ ସମ୍ଭାବନା ସହ ଇଂରାଜୀ ନବବର୍ଷ-୨୦୨୫କୁ ସ୍ୱାଗତ ଅପେକ୍ଷାରେ କେନ୍ଦୁଝରବାସୀ। ରାତି ପାହିଲେ ସ୍ମୃତିପଟରେ ଅତୀତ ହୋଇ ରହିଯିବ ୨୦୨୪। ଏତିକି ବେଳେ ନବବର୍ଷ ୨୦୨୫କୁ ସ୍ୱାଗତ ପାଇଁ ସମଗ୍ର କେନ୍ଦୁଝର ସହର ହୋଇଉଠିଛି ବେଶ୍‌‌ ଉତ୍ସବମୁଖର। ନବବର୍ଷକୁ ସ୍ୱାଗତ ଏବଂ ୨୦୨୪କୁ ବିଦାୟ ଅବସରରେ ମଙ୍ଗଳବାର ସନ୍ଧ୍ୟାରୁ ପ୍ରବଳ ଶୀତ ସତ୍ତ୍ବେ ଯୁବଗୋଷ୍ଠୀ ବାଣ ଫୁଟାଇ ନୂତନ ବର୍ଷକୁ ସ୍ୱାଗତ ଜଣାଉଛନ୍ତି। ଆଧୁନିକ ଯୁଗରେ ମୋବାଇଲ ଫୋନ ମାଧ୍ୟମରେ ଲୋକେ ସିଧାସଳଖ ଫୋନ ଏବଂ ଏସ୍‌‌ଏମ୍‌‌ଏସ୍‌‌ ଜରିଆରେ ନିଜ ପ୍ରିୟଜନଙ୍କୁ ଦିନକ ଆଗରୁ ନବବର୍ଷର ଶୁଭେଚ୍ଛା ଜଣାଇବା ଆରମ୍ଭ କରି ଦେଇଛନ୍ତି। ନବବର୍ଷ ସ୍ୱାଗତ ପରିପ୍ରେକ୍ଷୀରେ ସହର ନାମିଦାମୀ ହୋଟେଲ ମାନଙ୍କରେ ସୁଦୃଶ୍ୟ ଆଲୋକ ସାଜସଜ୍ଜା ସାଙ୍ଗକୁ ରେଷ୍ଟୁରାଣ୍ଟ ମାନଙ୍କରେ ଦେଶୀ ବିଦେଶୀ ବିଭିନ୍ନ ସ୍ୱାଦିଷ୍ଟ ବ୍ୟଞ୍ଜନର ମଜା ଉଠାଇବାକୁ ଗ୍ରାହକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ପରିଲକ୍ଷିତ ହୋଇଥିବା ଦେଖିବାକୁ ମଳିଛି।

Comments are closed.