www.samajalive.in
Monday, December 15, 2025
24.1 C
Bhubaneswar

ସମ୍ବଲପୁର ବିଶ୍ୱବିଦ୍ୟାଳୟର ୩୪ତମ ସମାବର୍ତ୍ତନ ଉତ୍ସବ

ବୁର୍ଲା: ଶିକ୍ଷା ଜୀବନକୁ ଚିହ୍ନେ ଓ ଚିହ୍ନାଏ। ଜୀବନର ସମସ୍ତ ଅନ୍ଧକାରକୁ ଦୂରୀଭୂତ କରିବାପାଇଁ ଶିକ୍ଷା ମଣିଷକୁ ସମର୍ଥ କରେ। ଆଜି ସମ୍ବଲପୁର ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସଚିନ ରାମଚନ୍ଦ୍ର ୟାଦବ ଯୋଗଦେଇ କହିଲେ, “ଶିକ୍ଷା କେବଳ ଏକ ବ୍ୟକ୍ତିଗତ ଉପଲବ୍ଧି ନୁହେଁ ବରଂ ବିଶ୍ଵ ଉପରେ ଅର୍ଥପୂର୍ଣ୍ଣ ପ୍ରଭାବ ପରାଉଥିବା ଏକ ସାଧନ।” ଓଡିଶାର ପଶ୍ଚିମାଞ୍ଚଳରେ ଦୀର୍ଘ ୫୭ ବର୍ଷରୁ ଶିକ୍ଷାର ଆଲୋକ ବୁଣି ଆସୁଥିବା ସମ୍ବଲପୁର ବିଶ୍ୱବିଦ୍ୟାଳୟ ଆଜି ପୂର୍ଣ୍ଣ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ୩୪ତମ ସମାବର୍ତ୍ତନ ଉତ୍ସବ ପାଳନ କରିଛି । ବିଶ୍ୱବିଦ୍ୟାଳୟ ପରିସରରେ ଥିବା  ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୃତି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୧ ଜଣଙ୍କୁ ବିଶ୍ୱବିଦ୍ୟାଳୟ ସ୍ଵର୍ଣ୍ଣପଦକ, ୧୮ ଜଣଙ୍କୁ ପ୍ରଯୋଜିତ ସ୍ଵର୍ଣ୍ଣପଦକ,  ୫୨ ଜଣକୁ ଡି.ଲିଟ୍ ଓ ପିଏଚ୍.ଡ଼ି  ଓ ଅନ୍ୟାନ୍ୟ ଡିଗ୍ରୀ ପ୍ରଦାନ କରାଯାଇଥିଲା  ।
କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ନାଇଜର, ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ହିରେନ୍ଦ୍ରନାଥ ଘୋଷ ଯୋଗଦେଇ ବକ୍ତବ୍ୟରେ ସହାନୁଭୁତି, ସମ୍ପୃକ୍ତି ଓ ସଶକ୍ତିକରଣ ଉପରେ ଗୁରୁତ୍ଵ ଦେଇଥିଲେ । ପ୍ରତିଟି ମଣିଷ ଜୀବନରେ ଏହି ତିନୋଟି ଉପାଦାନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ‘ସହାନୁଭୂତି’ ଏକ ଏମିତି ଉପାଦାନ ଯାହା  ଅନ୍ୟର ଦୁଃଖଦୁର୍ଦ୍ଦଶାକୁ ବୁଝିବା ପାଇଁ ସହଯୋଗ କରୁଥିବା ବେଳେ ‘ସଂପୃକ୍ତି’  ଏକ ସମୃଦ୍ଧ ଓ ସଶକ୍ତ ସମାଜ ଗଠନରେ ଦିଗରେ ପଥପ୍ରଶସ୍ତ କରିଥାଏ । ଏହି କାର୍ଯ୍ୟକ୍ରମରେ କୌଣସି କାରଣବଶତଃ କୁଳାଧିପତି ତଥା ରାଜ୍ୟପାଳ ଅନୁପସ୍ଥିତ ରହିଥିବାରୁ ସମାବର୍ତ୍ତନ ଉତ୍ସବର ଅଧ୍ୟକ୍ଷତା  ନିମନ୍ତେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ରଙ୍କୁ କ୍ଷମତା ପ୍ରଦାନ କରିଥିଲେ । କୁଳପତି ପ୍ରଫେସର ମିଶ୍ର ସମ୍ବଲପୁର ବିଶ୍ୱବିଦ୍ୟାଳୟର ସଫଳତା ସମ୍ପର୍କରେ ଆଲୋକପାତ କରିବା ସହିତ ଅତିଥିମାନଙ୍କୁ ସମ୍ମାନିତ କରିଥିଲେ। ଏହି ଅବସରରେ ଭାରତୀୟ ଚଳଚିତ୍ର  ଜଗତର ଖ୍ୟାତନାମା ନିର୍ଦ୍ଦେଶକ, ନିର୍ମାତା ତଥା ଲେଖକ ପଦ୍ମଶ୍ରୀ ଡ. ନୀଳମାଧବ ପଣ୍ଡାଙ୍କୁ ସମ୍ମାନଜନକ ଡି.ଲିଟ୍ ଉପାଧି ପ୍ରଦାନ କରଯାଇଥିଲା।  ମଞ୍ଚରେ ସ୍ନାତକୋତ୍ତର ବିଭାଗ ସମୂହର ଅଧ୍ୟକ୍ଷ ପ୍ରଫେସର ତୁଷାରକାନ୍ତି ଦାସ, କୁଳସଚିବ ଡ. ନୃପରାଜ ସାହୁ, ସିଣ୍ଡିକେଟର ସଭ୍ୟ, ବିଭିନ୍ନ ବିଭାଗର ଡିନ୍, ବିଶ୍ୱବିଦ୍ୟାଳୟର ଶିକ୍ଷକ-ଶିକ୍ଷୟତ୍ରୀ, କର୍ମଚାରୀ, ଗବେଷକ-ଗବେଷିକା ଓ  ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ରାଜନୀତି ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ରୋଷନୀ କୁଜୁର ମଞ୍ଚ ସଂଯୋଜନା କରିଥିଲେ ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories