www.samajalive.in
Monday, December 15, 2025
15.1 C
Bhubaneswar

ନଦୀବାଲି ଚୋରା ଚାଲାଣ ରୋକିବାରେ ଖଣି ବିଭାଗ ବିଫଳ

ଆଠଗଡ: ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଲଘୁ ଖଣିଜ ସମ୍ପଦର ବ୍ୟାପକ ଚୋରା କାରବାର ଚାଲିଛି । ଫଳରେ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି । ପୂର୍ବରୁ ଲଘୁ ଖଣିଜ ସାମଗ୍ରୀର ଚୋରା କାରବାର ରୋକିବା ଓ ନିୟନ୍ତ୍ରଣ ଦାୟିତ୍ବ ରାଜସ୍ବ ବିଭାଗ ଅଧିନ ତହସିଲ ଉପରୃ ନ୍ୟସ୍ତ ଥିଲା । ସେତେବେଳେ ତହସିଲ ଓ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପକ୍ଷରୁ ଲଘୁ ଖଣିଜ ଚୋରା କାରବାର ଉପରେ ନିୟମିତ ଚଢାଉ କରାଯାଉଥିଲା । କିନ୍ତୁ ପ୍ରାୟ ଦେଢବର୍ଷ ହେଲା ତତ୍କାଳୀନ ସରକାର ଲଘୁ ଖଣିଜ ସମ୍ପଦର ଚୋରା କାରବାର ରୋକିବାକୁ ଖଣି ବିଭାଗକୁ ଦେବା ପରଠାରୁ ଲଘୁ ଖଣିଜ ମାଫିଆଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି ହୋଇଛି । ଆଠଗଡ ଅଞ୍ଚଳରେ ଏବେ ନଦୀବାଲି, ମାଙ୍କଡା ପଥର, କଳା ମୁଗୁନି ପଥର, ଗ୍ରାଭେଲ୍ସ, ଚିପ୍ସ ଆଦିର ବ୍ୟାପକ ଚୋରାଚାଲାଣ ହେଉଥିବା ଦେଖାଯାଉଛି । ଏଠାରେ ଖଣି ବିଭାଗର କାର୍ଯ୍ୟାଳୟ ନାହିଁ କି କେହି ଅଧିକାରୀ ନିୟମିତ ଯାଞ୍ଚ ପାଇଁ ଆସୁନାହାନ୍ତି । ଫଳରେ ଏହିସବୁର ଚୋରା କାରବାର କରୁଥିବା ମାଫିଆଙ୍କ ପାଇଁ ପୁଷ ମାସ ହୋଇଯାଇଛି । ମେଘା ନିକଟରେ ମହାନଦୀ ବାଲିଘାଟ ଦୀର୍ଘଦିନ ହେବ ବନ୍ଦ ହୋଇଥିଲେ ମଧ୍ଯ ବାଲି ଚୋରା ଚାଲାଣ ବ୍ୟାପକ ଭାବେ ଚାଲିଛି । ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମାଙ୍କ ନିର୍ଦେଶ କ୍ରମେ  ଗୁରୁବାର ରାତିରେ ଆଠଗଡ ପୁଲିସ ମେଘା ଅଞ୍ଚଳରେ ପେଟ୍ରୋଲିଂ କରୁଥିବାବେଳେ ମହାନଦୀରୁ ବାଲି ବୋଝେଇ କରି ନଦୀବନ୍ଧ ରାସ୍ତାରେ ଆସୁଥିବା ଦୁଇଟି ହାଇୱା ଟ୍ରକ୍ ଜବତ କରିଥିଲେ । ଆଇଆଇସି ଅନିରୁଦ୍ଧ ମୁଦୁଲିଙ୍କ ପରାମର୍ଶକ୍ରମେ ପେଟ୍ରୋଲିଂ କରୁଥିବା ପୁଲିସ ଅଧିକାରୀ ଟ୍ରକ ଦୁଇଟିକୁ ଆଣି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରଖିଥିବା ଜଣାପଡିଛି । ଉପଜିଲ୍ଲାପାଳ ଏ ସମ୍ପର୍କରେ କଟକ ଜିଲ୍ଲାର ଖଣି ବିଭାଗ ଅଧିକାରୀଙ୍କୁ ସୂଚନା ଦେଇଥିଲେ ମଧ୍ଯ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଖଣି ବିଭାଗର କେହି ଅଧିକାରୀ ଏଠାକୁ ଆସିନଥିବା ଜଣାପଡିଛି। ରାଜ୍ୟର ବିଜେପି ସରକାର ପୂର୍ବ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିକୁ ବଦଳାଇ ପୂର୍ବବତ ରାଜସ୍ବ ପ୍ରଶାସନକୁ ଲଘୁ ଖଣିଜ ସମ୍ପଦର ସୁରକ୍ଷା ଦାୟିତ୍ବ ଦେବା ଉଚିତ ବୋଲି ସାଧାରଣରେ ମତପ୍ରକାଶ ପାଉଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories