www.samajalive.in
Wednesday, December 10, 2025
26.1 C
Bhubaneswar

ସତର୍କତା ଓ ସଚେତନତା ଏଡସ୍ ରୋଗରୁ ରକ୍ଷା କବଚ

ଆଠଗଡ:ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (କନିଷ୍ଠ କଲେଜ) ଯୁବ ରେଡକ୍ରସ ପକ୍ଷରୁ ଓଡିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶ କ୍ରମେ ଏଚଆଇଭି ବା ଏଡସ୍ ରୋଗ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଗୁରୁବାର ଆୟୋଜିତ ହୋଇଯାଇଛି। କଲେଜର ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ରଙ୍କ ସଭାପତିତ୍ବରେ ଏହି ଉପଲକ୍ଷେ ଆୟୋଜିତ ସଭାରେ ସମ୍ମାନିତ ବକ୍ତା ଭାବେ ଆଠଗଡ ଡାକ୍ତରଖାନାର ଆଇସିଟିସି ପରାମର୍ଶଦାତ୍ରୀ ଗୀତାଞ୍ଜଳି ନାଏକ ଯୋଗଦେଇ ଏଡସ୍ ରୋଗର କାରଣ, ଲକ୍ଷଣ, ନିରାକରଣ ଓ ଚିକିତ୍ସା ବିଷୟରେ ଛାତ୍ରୀଙ୍କୁ ବୁଝାଇଥିଲେ। କେବଳ ସଚେତନତା ଓ ସତର୍କତା ଅବଲମ୍ବନ ଏଡସ୍ ରୋଗର ରକ୍ଷା କବଚ ବୋଲି ସେ ମତବ୍ୟକ୍ତ କରିଥିଲେ । ସମ୍ମିଳିତ ଉଦ୍ୟମ ଦ୍ବାରା ୨୦୩୦ ସୁଦ୍ଧା ଭାରତକୁ ସମ୍ପୂର୍ଣ୍ଣ ଏଡସ୍ ମୁକ୍ତ କରିବାର ଲକ୍ଷ୍ୟ ରଖାଯାଇଥିବାରୁ ସମସ୍ତଙ୍କର ସହଯୋଗ ଆବଶ୍ୟକ ବୋଲି ଶ୍ରୀମତି ନାଏକ ମତପ୍ରକାଶ କରିଥିଲେ । ଏଥିରେ ଅନ୍ୟତମ ସମ୍ମାନିତ ବକ୍ତା ଭାବେ ଡାକ୍ତରଖାନା ପୁଷ୍ଟି ସାଧନ କେନ୍ଦ୍ରର ପରାମର୍ଶଦାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାମଲ କିଶୋରୀ ବୟସରେ ସୁଷମ ଓ ସନ୍ତୁଳିତ ଖାଦ୍ୟ ସହିତ କିପରି ସ୍ବଚ୍ଛତା ରକ୍ଷା କରି ଏକ ସ୍ବଚ୍ଛ, ସୁସ୍ଥ ଓ ସୁନ୍ଦର ଜୀବନ ବିତାଇପାରିବେ ସେ ବିଷୟରେ ଛାତ୍ରୀମାନଙ୍କୁ ବୁଝାଇଥିଲେ। କଲେଜ ଯୁବ ରେଡକ୍ରସ ପରାମର୍ଶଦାତ୍ରୀ ପ୍ରାଧ୍ୟାପିକା ପୁଷ୍ପ ମଞ୍ଜରୀ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ ପ୍ରାଧ୍ୟାପିକା ସ୍ନେହଲତା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories