www.samajalive.in
Monday, December 15, 2025
24.1 C
Bhubaneswar

ସତର୍କତା ଓ ସଚେତନତା ଏଡସ୍ ରୋଗରୁ ରକ୍ଷା କବଚ

ଆଠଗଡ:ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (କନିଷ୍ଠ କଲେଜ) ଯୁବ ରେଡକ୍ରସ ପକ୍ଷରୁ ଓଡିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶ କ୍ରମେ ଏଚଆଇଭି ବା ଏଡସ୍ ରୋଗ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଗୁରୁବାର ଆୟୋଜିତ ହୋଇଯାଇଛି। କଲେଜର ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ରଙ୍କ ସଭାପତିତ୍ବରେ ଏହି ଉପଲକ୍ଷେ ଆୟୋଜିତ ସଭାରେ ସମ୍ମାନିତ ବକ୍ତା ଭାବେ ଆଠଗଡ ଡାକ୍ତରଖାନାର ଆଇସିଟିସି ପରାମର୍ଶଦାତ୍ରୀ ଗୀତାଞ୍ଜଳି ନାଏକ ଯୋଗଦେଇ ଏଡସ୍ ରୋଗର କାରଣ, ଲକ୍ଷଣ, ନିରାକରଣ ଓ ଚିକିତ୍ସା ବିଷୟରେ ଛାତ୍ରୀଙ୍କୁ ବୁଝାଇଥିଲେ। କେବଳ ସଚେତନତା ଓ ସତର୍କତା ଅବଲମ୍ବନ ଏଡସ୍ ରୋଗର ରକ୍ଷା କବଚ ବୋଲି ସେ ମତବ୍ୟକ୍ତ କରିଥିଲେ । ସମ୍ମିଳିତ ଉଦ୍ୟମ ଦ୍ବାରା ୨୦୩୦ ସୁଦ୍ଧା ଭାରତକୁ ସମ୍ପୂର୍ଣ୍ଣ ଏଡସ୍ ମୁକ୍ତ କରିବାର ଲକ୍ଷ୍ୟ ରଖାଯାଇଥିବାରୁ ସମସ୍ତଙ୍କର ସହଯୋଗ ଆବଶ୍ୟକ ବୋଲି ଶ୍ରୀମତି ନାଏକ ମତପ୍ରକାଶ କରିଥିଲେ । ଏଥିରେ ଅନ୍ୟତମ ସମ୍ମାନିତ ବକ୍ତା ଭାବେ ଡାକ୍ତରଖାନା ପୁଷ୍ଟି ସାଧନ କେନ୍ଦ୍ରର ପରାମର୍ଶଦାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାମଲ କିଶୋରୀ ବୟସରେ ସୁଷମ ଓ ସନ୍ତୁଳିତ ଖାଦ୍ୟ ସହିତ କିପରି ସ୍ବଚ୍ଛତା ରକ୍ଷା କରି ଏକ ସ୍ବଚ୍ଛ, ସୁସ୍ଥ ଓ ସୁନ୍ଦର ଜୀବନ ବିତାଇପାରିବେ ସେ ବିଷୟରେ ଛାତ୍ରୀମାନଙ୍କୁ ବୁଝାଇଥିଲେ। କଲେଜ ଯୁବ ରେଡକ୍ରସ ପରାମର୍ଶଦାତ୍ରୀ ପ୍ରାଧ୍ୟାପିକା ପୁଷ୍ପ ମଞ୍ଜରୀ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ ପ୍ରାଧ୍ୟାପିକା ସ୍ନେହଲତା ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories