www.samajalive.in
Saturday, December 13, 2025
14.1 C
Bhubaneswar

ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ବିଶିଷ୍ଟ ଲେଖକ ମୋହନ ଖୋକର୍‌ଙ୍କ ଜନ୍ମଶତବାର୍ଷିକୀ ପାଳିତ

ଭୁବନେଶ୍ବର: କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧିନରେ ଥିବା ଇନ୍ଦିରାଗାନ୍ଧି ରାଷ୍ଟ୍ରୀୟ କଳା କେନ୍ଦ୍ର ଏବଂ ଓଡ଼ିଶା ସରକାରଙ୍କର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଭୁବନେଶ୍ୱରସ୍ଥିତ ଉତ୍କଳ ରଙ୍ଗମଞ୍ଚ (ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସର)ରେ ଭାରତର ଅଗ୍ରଣୀ ନୃତ୍ୟଶିଳ୍ପୀ, ସମାଲୋଚକ ତଥା ବିଶିଷ୍ଟ ଲେଖକ ମୋହନ ଖୋକରଙ୍କର ଶତବାର୍ଷିକୀ ଉତ୍ସବ ଆଜି ସନ୍ଧ୍ୟାରେ ପାଳିତ ହୋଇଯାଇଛି।
ଶ୍ରୀ ଖୋକର ୧୯୫୮ ମସିହାରେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ଦ୍ୱାରା ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟ ଭାବରେ ମାନ୍ୟତା ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଓଡ଼ିଶୀ ନୃତ୍ୟ ପ୍ରତି ତାଙ୍କର ଥିଲା ଅତୁଳନୀୟ ଅବଦାନ।
ଆଜିର ଏହି ଉତ୍ସବରେ ମୁଖ୍ୟ ଶାସନ ସଚିବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ  ବିଷ୍ଣୁପଦ ସେଠୀ; ନିର୍ଦ୍ଦେଶକ,ଓଡ଼ିଆ ଭାଷା, ସାହିତ୍ୟଓ ସଂସ୍କୃତି ବିଭାଗ ତଥା ମୁଖ୍ୟନିର୍ବାହୀ ଗୁରୁକେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ବିଜୟ କେତନ ଉପାଧ୍ୟାୟ; ମୋହନ ଖୋକରଙ୍କ ସୁପୁତ୍ର ବିଶିଷ୍ଟ ସମାଲୋଚକ ତଥା ସମ୍ପାଦକ ଡ. ଆଶିଷ ଖୋକର୍ ପ୍ରମୁଖ ଉଦ୍ଘାଟକ ଭାବରେ ଯୋଗଦାନ କରି ପ୍ରଫେସର୍ ମୋହନ ଖୋକରଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ ଏବଂ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଓଡ଼ିଶୀ ଗବେଷଣା କେନ୍ଦ୍ରର କଳାକାର ମାନେ ‘ଓଡିଶୀ ବନ୍ଦନା’ ନୃତ୍ୟାଭିନୟ ପରିବେଷଣ କରିଥିଲେ। ସ୍ୱର୍ଗତ ଖୋକର୍ଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ, ଉକ୍ତ କାର୍ଯ୍ୟକ୍ରମରେ ତାଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ଲୋକାର୍ପଣ କରାଯାଇଥିଲା। ଏହି କାଳଜୟୀ ପୁସ୍ତକଟି ଡ ଆଶିଷ ଖୋକରଙ୍କ ଦ୍ୱାରା ସମ୍ପାଦିତ ହୋଇଥିବାବେଳେ ଏହାକୁ ପ୍ରକାଶ କରିଥିଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳାୟ ଅଧିନ ଇନ୍ଦିରାଗାନ୍ଧି ରାଷ୍ଟ୍ରୀୟ କଳା କେନ୍ଦ୍ର।

- Advertisement -

ଇତ୍ୟଅବସରରେ ସ୍ୱର୍ଗତ ଖୋରକ୍ଙ୍କ ଉପରେ ଆଧାରିତ ଏକ ବୃତ୍ତଚିତ୍ର ମଧ୍ୟ ପ୍ରଦର୍ଶିତ କରାଯାଇଥିଲା ଏବଂ ଅନେକ ସ୍ୱନାମଧନ୍ୟ ନୃତ୍ୟଶିଳ୍ପୀ ପ୍ରଫେସର ଖୋକରଙ୍କ ବହୁମୂଲ୍ୟ ଅବଦାନ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ପ୍ରିୟମ୍ବଦା ହେଜମାଦି, କୁମକୁମ ମହାନ୍ତି, ଅରୁଣା ମହାନ୍ତି, ଇଲିଆନା ସିତାରିଷ୍ଟି, ଦୁର୍ଗାରଚରଣ ରଣବୀର, ଗଜେନ୍ଦ୍ର ପଣ୍ଡା, ରତିକାନ୍ତ ମହାପାତ୍ର, ଶ୍ରୀମତୀ ସିକତା ଦାସ।

କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଅନୁଜା ତାରିଣୀ ମିଶ୍ର ଏବଂ ମଞ୍ଚ ସଞ୍ଚାଳନ କରିଥିଲେ ଅଲିଭା ଆରତୀ ପଣ୍ଡା।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories