ଆଖଣ୍ଡଳମଣିପୀଠରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା
ଆରଡି: ଓଡିଶାର ସର୍ବପୁରାତନ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ପରିସର ଓ ପୀଠର ମାଷ୍ଟରପ୍ଲାନ କାର୍ଯ୍ୟକାରୀ କରିବା ପାଇଁ ପୂର୍ବ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ୨ଟି ପର୍ଯ୍ୟାୟରେ ୪୮କୋଟି ଟଙ୍କାର କାର୍ଯ୍ୟ କିପରି ଚାଲିଛି ତାହାର ସ୍ଥିତି ପରଖିବା ପାଇଁ ଗୁରୁବାର ଗ୍ରାମ୍ୟ ଉନୟନ ବିଭାଗର ସଚିବ ଗୁହା ପୁନମ ତାପସ କୁମାର ଓ ଭଦ୍ରକ ଜିଲାପାଳ ଦିଲିପ କୁମାର ରାଉତରାୟ, ଚାନ୍ଦବାଲି ବିଡିଓ ଅସିତ ମହାନ୍ତି, ଜିଲା ଗ୍ରାମ୍ୟ ଉନ୍ନୟନ ଅଧିକାରୀ ସରୋଜକୁମାର ଦତ୍ତ ପ୍ରମୁଖ ଆରଡି ପୀଠରେ ପହଁଚି ପ୍ରଥମେ ମଣିବାବାଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ପରେ ମନ୍ଦିର ପରିସର ବେଢା ବୁଲିବା ସହିତ ପ୍ରଥମ ପର୍ଯ୍ୟାୟରେ ହୋଇଥିବା କାର୍ଯ୍ୟ ବେଢା ଚଟାଣ, ପାଚିରୀ, ୪ ଦ୍ୱାରର ମୁଖଚାଳି, ଶ୍ରାବଣୀମଣ୍ଡପ, ସିଂହ ଦ୍ବାର ଆଦି ବୁଲି ଦେଖିଥିଲେ।
Comments are closed.