ଫୋନ୍ ଛଡାଇ ନେବାରୁ ମା’ଙ୍କ ମୁଣ୍ଡକୁ ବ୍ୟାଟରେ ପିଟିଦେଲା ପୁଅ, ଭିଡିଓ ଭାଇରାଲ
ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ କୁନି ପିଲାଟି ଫୋନ୍ ପାଇଁ ନିଜ ମା’କୁ ଏକ ବ୍ୟାଟରେ ପିଟିବା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି ।
Mobile phone addiction is getting dangerous…. pic.twitter.com/rmJBHNuJYk
— Megh Updates 🚨™ (@MeghUpdates) October 2, 2024
ଭିଡିଓରେ ନଜର ଆସୁଛି କି ପିଲାଠୁ ତା ମା’ ଫୋନ୍ ଛଡାଇ ତାକୁ ବହି ପଢିବାକୁ କହୁଛନ୍ତି । କିଛି ସମୟରେ ସେ ବସି ଟିଭି ଦେଖୁଛନ୍ତି । ଏହି ସମୟରେ ପିଲାଟି ଏକ କ୍ରିକେଟ୍ ବ୍ୟାଟ୍ ଆଣି ତାଙ୍କୁ ପଛପଟୁ ମୁଣ୍ଡକୁ ପିଟିଦେଉଛି । ସାମାଜିକ ଗଣମାଧ୍ୟମରେ ଏଥିରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ମା’ ଟଳିପଡିବା ପରେ ପିଲାଟି ପୁଣି ଫୋନ୍ ଚଳାଉଥିବା ଦେଖିବାକୁ ମିଳୁଛି । ତେବେ କିଛି ୟୁଜର ଏହାକୁ ନକଲି ବୋଲି କହୁଛନ୍ତି ଏବଂ ଏଥିରେ କେବଳ ଅଭିନୟ ହୋଇଛି ବୋଲି କହୁଛନ୍ତି । ତେବେ କିଛି ୟୁଜର ପିଲାଙ୍କୁ ଫୋନଠୁ ଦୂରେଇ ରଖିବା ଉଚିତ୍ ବୋଲି ପରାମର୍ଶ ଦେଉଛନ୍ତି ।
Comments are closed.