ଗୋପାଳପୁର -ବ୍ରହ୍ମପୁର ଆଲୋକୀକରଣ ବ୍ୟବସ୍ଥା ରକ୍ଷଣାବେକ୍ଷଣ ଅଭାବରୁ ଅନ୍ଧାରରେ

ଗୋପାଳପୁର: ୧ କୋଟି ୨୦ ଲକ୍ଷ ବ୍ୟୟରେ ଗୋପାଳପୁର -ବ୍ରହ୍ମପୁର ପ୍ରାୟ ୧୦ କିମି ରାସ୍ତାରେ କରାଯାଇଥିବା ରାସ୍ତା କଡ ଆଲୋକୀକରଣ ବ୍ୟବସ୍ଥା ରକ୍ଷଣାବେକ୍ଷଣ ଅଭାବରୁ ଏବେ ପ୍ରାୟ ୩ କିମି ରାସ୍ତା ଅନ୍ଧାରରେ ରହୁଥିବା ଅଭିଯୋଗ ହୋଇଛି। ତତ୍କାଳୀନ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ସାଂସଦ ପାଣ୍ଠିରୁ ୧ କୋଟି ୨୦ ଲକ୍ଷ ବିନିଯୋଗ କରାଯାଇ ବିଡ଼ିଏ ପକ୍ଷରୁ ୧୦ କିମି ରାସ୍ତାକୁ ଆଲୋକୀକରଣ କରଯାଇଥିଲା।ଏହା ମଧ୍ୟରେ ଅଧିକାଂଶ ଖୁଣ୍ଟରେ ଲାଇଟ୍ ଝଡି ଯାଇଥିବା ବେଳେ ଦୁର୍ଘଟଣା ଘଟି କେତକ ଲାଇଟ୍ ଖୁଣ୍ଟ ବିପଦ ସଂକୁଳ ଅବସ୍ଥାରେ ପଡି ରହିଛି। ଅନ୍ୟ ପଟେ ଗତ ୧ ମାସ ହେଲା ପ୍ରଥମେ ବାହାଦୁର ପେଣ୍ଠ ଛକ ଠାରୁ ରାମଚନ୍ଦ୍ର ପୁର ପର୍ଯ୍ୟନ୍ତ ୨ କିମି ରାସ୍ତା ଅନ୍ଧାରରେ ରହିଥିବା ବେଳେ ଏବେ ୨ ଦିନ ହେଲା ବାହାଦୁର ପେଣ୍ଠରୁ ଡୁରା ଓଭିରବ୍ରିଜ ପର୍ଯ୍ୟନ୍ତ ପ୍ରାୟ ୧ କିମି ରାସ୍ତାର ଆଲୁଅ ଜଳୁ ନଥିବା ଦେଖିବାକୁ ମିଳିଛି। ଏବେ ପାର୍ବଣ ଋତୁ ଆରମ୍ଭ ହୋଇ ଯାଇଥିବାରୁ ଗୋପାଳପୁରକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବା ବେଳେ ଅପରାହ୍ନ ପରେ ଗୋପାଳପୁର ବୁଲିବାକୁ ବ୍ରହ୍ମପୁର ସମେତ ଆଖପାଖ ଅଞ୍ଚଳର ପର୍ଯ୍ୟଟକ ମାନେ ମଧ୍ୟ ପରିବାର ସହ ବୁଲିବାକୁ ଆସିଥାନ୍ତି। କିନ୍ତୁ ସନ୍ଧ୍ୟା ପରେ ରାସ୍ତା ଅନ୍ଧାର ରହୁଥିବାରୁ ପର୍ଯ୍ୟଟକ ମାନେ ଯାଆସ କରିବାକୁ ସୁରକ୍ଷିତ ମଣୁ ନାହାନ୍ତି। ଏଣୁ ବିଡିଏ ପକ୍ଷରୁ ଏଥି ପ୍ରତି ଧ୍ୟାନ ଦେବା ସହ ତୁରନ୍ତ ଆଲୋକ ବ୍ୟବସ୍ଥା ସଜାଡିବାକୁ ସାଧାରଣ ରେ ଦାବି ଉ।

Comments are closed.