www.samajalive.in
Monday, December 8, 2025
20.1 C
Bhubaneswar

ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଲେ ଗ୍ରାମବାସୀ

ପାଟଣା: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ମେଦିନୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ବଦଳିର ମାସେରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ ସେ ଦାୟିତ୍ଵ ହସ୍ତାନ୍ତର ନକରିବାରୁ  ଗ୍ରାମବାସୀ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ନିମ୍ମ ମାନର ଖାଦ୍ୟ ଓ କଞ୍ଚା ଅଣ୍ଡା ଦିଆଯାଉଥିବା ନେଇ ଗତ ଅଗଷ୍ଟ ୨୯ ତାରିଖରେ ଉତ୍ତେଜନା ପ୍ରକାଶ ପାଇବା ପରେ ପ୍ରଧାନ ଶିକ୍ଷକ କୁଳମଣି ସେଠୀଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା। ତେବେ ବଦଳିର ୧ ମାସରୁ ଉର୍ଦ୍ଧ୍ଵ ସମୟ ବିତି ଯାଇଥିଲେ ମଧ୍ୟ ସଂପୃକ୍ତ ପ୍ରଧାନ ଶିକ୍ଷକ ଦାୟିତ୍ଵ ହସ୍ତାନ୍ତର କରିନଥିଲେ। ଫଳରେ ବିଦ୍ୟାଳୟ ରେ ମଧ୍ୟାହ୍ନ ଭୋଜନରେ ବହୁ ଅସୁବିଧା ହେଉଥିଲା । ଏପରିକି ମଧ୍ୟାହ୍ନ ଭୋଜନ ଚାଲିବା ପାଇଁ ଦୋକାନରୁ ବାକି ହୋଇଥିବା ଗ୍ରାମବାସୀ କହିଛନ୍ତିି। ଏହି ସମସ୍ୟା ନେଇ ଘଟଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ଗ୍ରାମବାସୀ ଦାୟିତ୍ଵ ହସ୍ତାନ୍ତର ଦାବିରେ ବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଗ୍ରାମବାସୀ ଓ ଅଭିଭାବକ ମାନେ ବିଦ୍ୟାଳୟ ସମ୍ମୁଖରେ ଦିନ ତମାମ ଧାରଣା ରେ ବସିବା ପରେ ଅପରାହ୍ନ ୩ଟାରେ କ୍ଲଷ୍ଟର ସଂଯୋଜକ ଧରଣୀଧର ମହାନ୍ତ ଓ ବଦଳି ପ୍ରଧାନ ଶିକ୍ଷକ କୁଳମଣୀ ସେଠୀ ପହଞ୍ଚି ବିଦ୍ୟାଳୟର ମୁଖ୍ୟ ଦାୟିତ୍ଵ ଓ ପ୍ରଧାନ ଶିକ୍ଷକ ସିଲ୍ ଷ୍ଟାମ୍ପ ଓ ନଥିପତ୍ର ସବୁକୁ ବାଦ ଦେଇ କେବଳ ମାତ୍ର ବିଦ୍ୟାଳୟ ର  ଏମଡିଏମ ଓ ଡିଏମ୍ଏଫ ର ଦୈନିକ ରେଜିଷ୍ଟର ଓ ବ୍ୟାଙ୍କ ଆକାଉଣ୍ଟ ହସ୍ତାନ୍ତର କରିଛନ୍ତି । ଆଜକୁ ଏହି ଘଟଣା ମାସେ ଛଅ ଦିନ ବିତି ଯାଇଥିଲେ ମଧ୍ୟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ କୌଣସି ତତ୍ପରତା ପ୍ରକାଶ ପାଇନଥିଲା ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories