www.samajalive.in
Monday, December 15, 2025
26.1 C
Bhubaneswar

ଅକ୍ଟୋବର ୯ରେ ମିଳିବ ସୁଭଦ୍ରାର ଦ୍ୱିତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି

ଡ଼େସ୍କ: ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଥିବା ରାଜ୍ୟ ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ “ସୁଭଦ୍ରା” ଯୋଜନାର  ପ୍ରଥମ କିସ୍ତି  ଅର୍ଥରାଶି ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୨୯ ହଜାର ୭୨୦ ହିତାଧିକାରୀଙ୍କୁ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ପ୍ରେରଣ ପରେ ୨ୟ ପର୍ଯ୍ୟାୟରେ ଯୋଗ୍ୟ ହିତାଧିକାରୀଙ୍କୁ ଏହି ଅର୍ଥ ପ୍ରେରଣ ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସଂପର୍କରେ ଏକ ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସ୍ଥିତି  ସମୀକ୍ଷା କରିଛନ୍ତି ଗୁରୁବାର ଲୋକସେବା  ଭବନ ସ୍ଥିତ କାର୍ଯ୍ୟାଳୟରେ ଉନ୍ନୟନ କମିଶନର ଶ୍ରୀମତୀ ଗର୍ଗ, ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ  ଶାସନ ସଚିବ ଶୁଭା ଶର୍ମା, ବିଭାଗର ନିର୍ଦ୍ଦେଶିକା ମୋନିଷା ବାନାର୍ଜୀଙ୍କ ଉପସ୍ଥିତିରେ ୨ୟ ପର୍ଯ୍ୟାୟରେ ସୁଭଦ୍ରାପ୍ରଥମ କିସ୍ତି ଅର୍ଥ ରାଶି  ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରେରଣ କରାଯିବା ସଂପର୍କରେ ବୈଷୟିକ ଟିମ୍ସହିତ ଆଲୋଚନା କରିଥିଲେ

ଏହି ପରିପ୍ରେକ୍ଷୀରେ ୨ୟ ପର୍ଯ୍ୟାୟରେ ଯେତେ ଅଧିକ ସଂଖ୍ୟକ ସମ୍ଭବ ହିତାଧିକାରୀଙ୍କୁ ଅକ୍ଟୋବର ୯ ତାରିଖରେ ପ୍ରଥମ କିସ୍ତି ଅର୍ଥ ରାଶି ପ୍ରେରଣ କରାଯିବ, ସେଥି ପାଇଁ ପ୍ରକ୍ରିୟା ଜାରି ରହିଛି ଅଦ୍ୟାବଧି ସୁଭଦ୍ରାରେ  ପ୍ରାୟ ୯୮ ଲକ୍ଷ ଆବେଦନକାରୀ ପଞ୍ଜୀକରଣ କରିଛନ୍ତି। ଆବଶ୍ୟକ ବ୍ୟବସ୍ଥା ପାଇଁ ଅକ୍ଟୋବର ୬ ତାରିଖ ସୁଦ୍ଧା ପ୍ରସ୍ତୁତି ସାରିବାକୁ ସଂପୃକ୍ତ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories