www.samajalive.in
Monday, December 15, 2025
26.1 C
Bhubaneswar

ସମ୍ବଲପୁର ମଣ୍ଡଳ କାରାଗାରରେ ଚଢ଼ାଉ, ବିପୁଳ ମାଦକଦ୍ରବ୍ୟ ଜବତ

ସମ୍ବଲପୁର,: ସମ୍ବଲପୁର ମଣ୍ଡଳ କାରାଗାରରେ ଜମିଥିଲା ମାଦକଦ୍ରବ୍ୟର ଆସର। ଲୁଚାଚୋରାରେ କଏଦୀଙ୍କ ପାଖରେ ପହଞ୍ଚା ଯାଉଥିଲା ଗୁଟଖା, ସିଗାରେଟ, ବିଡି, ଗଞ୍ଜେଇ ଓ ଖଇନି। ଶୁକ୍ରବାର ଚଢ଼ାଉ ବେଳେ ଏହା ପଦାକୁ ଆସିଛି।

ଅପରାଧୀଙ୍କୁ ଦଣ୍ଡ ବିଧାନ ପରେ ଜେଲରେ ରଖାଯାଇଥାଏ। ହେଲେ ଜେଲ ଭିତରେ ସେମାନଙ୍କୁ ସ୍ଵତନ୍ତ୍ର ସୁବିଧା ଯୋଗାଇ ଦିଆଯାଉଛି। ଏମିତି କିଛି ଅଭିଯୋଗ ଆସିବା ପରେ ସମ୍ବଲପୁର ମଣ୍ଡଳ କାରାଗାରରେ ଶୁକ୍ରବାର ଭୋର ପ୍ରାୟ ୪ଟାରେ ଚଢ଼ାଉ କରିଥିଲା ପୁଲିସ। ଅତିରିକ୍ତ ଏସପି ଏବଂ ଏସଡିପିଓ ସଦଳବଳ ପୁଲିସ ଟିମ ସହିତ ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ଓ ଅତିରିକ୍ତ ଏସପି ହରେଇ ପାଣ୍ଡେଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ଉ ଅଭିଯାନରେ ସ୍ଥାନୀୟ ସଦର ଏସଡିପିଓ, ବୁର୍ଲା ଏସଡିପିଓ, ଧନୁପାଲି ଥାନାଧିକାରୀ ଙ୍କ ସମେତ ଆଖପାଖ ଥାନାର ୭ ଜଣ ଥାନାଧିକାରୀ, ୨ ପ୍ଲାଟୁନ ଫୋର୍ସ ଓ ମେଟାଲ ଡିଟେକ୍ଟର ଦଳ ସାମିଲ ରହିଥିଲେ । ସମ୍ବଲପୁର ମଣ୍ଡଳ କାରାଗାରରେ ୨୨ଟି ୱାର୍ଡ ଥିବାବେଳେ ସେଥିମଧ୍ୟରୁ ୧୮ଟି ୱାର୍ଡରେ ୫୭୬ ଜଣ କଏଦୀ ରହୁଛନ୍ତି । ସମସ୍ତ ଅନ୍ତେବାସୀ ମାନଙ୍କର ଆସବାପତ୍ର ଆଦି ଯାଞ୍ଚ କରାଯିବା ସମୟରେ ଏହି ମାଦକ ଦ୍ରବ୍ୟ ଗୁଡିକ ମିଳିଥିଲା । ଅନ୍ୟ ପକ୍ଷରେ ଏହି ଚଢ଼ଉ ସମୟରେ ଜବତ ହୋଇଥିବା ମାଦକ ଦ୍ରବ୍ୟ ଗୁଡିକ କିଭଳି ରୂପେ ଜେଲର ସୁରକ୍ଷାକୁ ଉଲ୍ଲଂଘନ କରି ପ୍ରବେଶ କରିଲା ତାହା ଏବେ ସବୁଠାରୁ ବଡ ପ୍ରଶ୍ନ ହୋଇଛି ।  ଏ ସମ୍ପର୍କରେ ଅତିରିକ୍ତ ଏସପି ଶ୍ରୀ ପାଣ୍ଡେ କହିଛନ୍ତି ଯେ, ଏହା ଏକ ଅଚାନକ ଚଢ଼ଉ ଥିଲା । ଚଢ଼ଉ ସମୟରେ ମିଳିଥିବା ମାଦକ ଦ୍ରବ୍ୟ ଗୁଡିକ କିଭଳି ରୂପେ ଭିତରକୁ ଗଲା ତାହା ଯାଞ୍ଚ କରାଯିବ ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories