www.samajalive.in
Monday, December 15, 2025
26.1 C
Bhubaneswar

୧୧ ଦିନିଆ ତପସ୍ୟା ଭାଙ୍ଗିଲେ ପବନ କଲ୍ୟାଣ

ତିରୁପତି: ତିରୁପତି ମନ୍ଦିରରେ ପ୍ରସ୍ତୁତ ଲଡୁରେ ପଶୁ ଚର୍ବି ମିଶ୍ରଣ କରାଯାଉଥିବା ପ୍ରତିବାଦରେ ଆନ୍ଧ୍ର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଯେଉଁ ୧୧ ଦିନ ଧରି ପ୍ରାୟଶ୍ଚିତ୍ତ ତପସ୍ୟା ଚଳାଇଥିଲେ, ତାହା ଭଙ୍ଗ କରିଛନ୍ତି। ବୁଧବାର ପବନ କଲ୍ୟାଣ ନିଜର ଦୁଇ ଝିଅଙ୍କ ସହ ତିରୁପତି ମନ୍ଦିର ପରିଦର୍ଶନ କରିଥିବାବେଳେ ତପସ୍ୟାର ପରିସମାପ୍ତି ଘଟିଥିବା କହିଛନ୍ତି। ମନ୍ଦିର ପରିଦର୍ଶନ ସମୟରେ ସେ ‘ବରାହୀ ଡିକ୍ଲାରେସନ’ ନାମକ ଏକ ପୁସ୍ତକ ସାଙ୍ଗରେ ନେଇଥିଲେ। ମନ୍ଦିରରେ ପ୍ରବେଶ ପୂର୍ବରୁ ପବନ କଲ୍ୟାଣଙ୍କ କନିଷ୍ଠା କନ୍ୟା ପି.ଅଞ୍ଜନି କୋନିଡେଲା ଏକ ସ୍ବୀକାରୋକ୍ତି ଦେଇ କହିଥିଲେ ଯେ ତିରୁପତି ମନ୍ଦିରରେ ପୂଜା ପାଉଥିବା ପ୍ରଭୁ ଭେଙ୍କଟେଶ୍ବରଙ୍କ ଉପରେ ତାଙ୍କର ପ୍ରଗାଢ ବିଶ୍ବାସ ରହିଛି। ସୂଚନାଯୋଗ୍ୟ କୌଣସି ଅଣହିନ୍ଦୁ ତିରୁପତି ମନ୍ଦିରରେ ପ୍ରବେଶ ପୂର୍ବରୁ ଏଭଳି ସ୍ବୀକାରୋକ୍ତି ଦେବାର ନିୟମ ରହିଛି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories