www.samajalive.in
Sunday, December 7, 2025
26.1 C
Bhubaneswar

ଯୋଗାଣ ମନ୍ତ୍ରୀଙ୍କ ବୌଦ୍ଧ ଓ ସୋନପୁର ଗସ୍ତ, ଅଚାନକ ଯାଞ୍ଚ କଲେ ବିଭିନ୍ନ ମିଲ୍‌ ଓ ଗୋଦାମ

ଭୁବନେଶ୍ୱର: ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବୌଦ୍ଧ ଓ ସୋନପୁର ଜିଲ୍ଲା ଗସ୍ତ କରି ବିଭିନ୍ନ ଗୋଦାମ ଓ ମିଲ୍‌କୁ ଅଚାନକ ପରିଦର୍ଶନ କରିଛନ୍ତି । ବୌଦ୍ଧ ଜିଲାର ରାଣୀସତୀ ମିଲ୍‌ ଓ ସେଣ୍ଟ୍ରାଲ ପିଇଜି ଗୋଦାମ ଅଚାନକ ପରିଦର୍ଶନ କରି ସେଠାରେ ହେଉଥିବା ବିଭିନ୍ନ ଅନିୟମିତତା ଅଭିଯୋଗର ଯାଞ୍ଚ କରିଥିଲେ । ଉକ୍ତ ମିଲ୍‌ରେ ନିମ୍ନ ମାନର ପୋକରା ଚାଉଳକୁ ରିସାଇକିଲିଂ କରି ପଞ୍ଚାୟତକୁ ପଠାଇବା ଓ ଓଜନ ମାପରେ ଠକେଇ ଅଭିଯୋଗର ଯାଞ୍ଚ କରିବା ସହ ମିଲ୍‌ ପରିଚାଳନାକୁ ନେଇ ମନ୍ତ୍ରୀ ଶ୍ରୀ ପାତ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ସେହିପରି ସୋନପୁର ଜିଲାର ଶିଆଳିଜୁରିସ୍ଥିତ ଲଳିତା ରାଇସ୍‌ ମିଲ୍‌ ଓ ଶୀତଳ ରାଇସ୍‌ ମିଲ୍‌ ଅଚାନକ ପରିଦର୍ଶନ କରିଥିଲେ । ସେଠାରେ ବିଭିନ୍ନ ଅନିୟମିତତା ଅଭିଯୋଗର ଯାଞ୍ଚ କରିଥିଲେ । ନିମ୍ନ ମାନର ଚାଉଳ ଯୋଗାଣକୁ ନେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂପୃକ୍ତ ଅଧିକାରୀମାନଙ୍କୁ ମନ୍ତ୍ରୀ ଶ୍ରୀ ପାତ୍ର ନିର୍ଦ୍ଦେଶ ଦେଇଥିଲେ । ପରେ ମନ୍ତ୍ରୀ ଶ୍ରୀ ପାତ୍ର ସମୀକ୍ଷା ବୈଠକରେ ଯୋଗଦେଇ ଅଧିକାରୀ ମାନଙ୍କ ସହ ଜିଲ୍ଲା ସ୍ୱାର୍ଥ ଜଡିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ଏହି ଗସ୍ତ ଅବସରରେ ଯୋଗାଣ ଅଧିକାରୀ, ମାର୍କେଟିଂ ଇନ୍ସପେକ୍ଟର ଓ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories