ଜାତୀୟ ସେବା ଯୋଜନା ପ୍ରତିଷ୍ଠା ସପ୍ତାହ ପାଳିତ

ଚୌଦ୍ୱାର: ଚୌଦ୍ୱାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର +୨ ମହିଳା ଜାତୀୟ ସେବା ଯୋଜନା ତରଫରୁ ଜାତୀୟ ସେବା ଯୋଜନା ପ୍ରତିଷ୍ଠା ସପ୍ତାହ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ରଶ୍ମୀ ରାଉତରାୟ ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌‌ଘାଟନ କରିଥିଲେ। ଇତିହାସ ବିଭାଗ ପ୍ରାଧ୍ୟାପିକା କ୍ଷୀରାବ୍ଧି ଚୌଧୁରୀ ଅତିଥି ଭାବେ ଯୋଗଦେଇ ସମାଜର ବିକାଶ ଓ ସ୍ୱଚ୍ଛତା ରକ୍ଷାରେ ଛାତ୍ରୀ ମାନଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ। +୨ ଏନ୍‌‌ଏସ୍‌‌ଏସ୍‌‌ ଅଧିକାରୀ ଡ. ସସ୍ମିତା କର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ତନୁଶ୍ରୀ ପ୍ରିୟଦର୍ଶିନୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ଛାତ୍ରୀମାନେ ମହାବିଦ୍ୟାଳୟ ପରିସରରେ ସଫେଇ ସହିତ ପ୍ଲାଷ୍ଟିକମୁକ୍ତ କରିଥିଲେ।

Comments are closed.