www.samajalive.in
Tuesday, December 9, 2025
19.1 C
Bhubaneswar

କାଶ୍‌‌ଭି ଗ୍ରୁପ୍‌‌ ପରିଚାଳନା ନିର୍ଦ୍ଦେଶକ ସମ୍ବର୍ଦ୍ଧିିତ

କେନ୍ଦୁଝରଗଡ଼଼: ବ୍ୟବସାୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ କାଶ୍‌‌ଭି ଗ୍ରୁପ୍‌‌ ଅଫ୍‌‌ ଇଣ୍ଡଷ୍ଟ୍ରୀଜ୍‌‌ର ପରିଚାଳନା ନିର୍ଦ୍ଦେଶକ ଇଂ ଦେବବ୍ରତ ବେହେରାଙ୍କୁ ଓଡ଼ିଶାର ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ସମ୍ମାନରେ ରାଜ୍ୟପାଳ ସମ୍ବର୍ଦ୍ଧିିତ କରିଛନ୍ତି। ଭୁବନେଶ୍ୱରର ହୋଟେଲ ମେ’ ଫେୟାର ଠାରେ ମାସିକ ପତ୍ରିକା ‘ଦି ଇଣ୍ଟରଭ୍ୟୁ ଟାଇମ୍ସ’ର ୧୩ତମ ବାର୍ଷିକ ଉତ୍ସବରେ ରାଜ୍ୟପାଳ ରଘୁବର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଇଂ ଶ୍ରୀ ବେହେରାଙ୍କୁ ପୁଷ୍ପଗୁଛ, ମାନପତ୍ର ଓ ଉପଢ଼ୌକନ ଦେଇ ୨୦୨୪ବର୍ଷ ପାଇଁ ଓଡ଼ିଶାର ଜଣେ ସଫଳ ବ୍ୟବସାୟୀ ଭାବେ ‘ପ୍ରେରଣାଦାୟୀ ବ୍ୟକ୍ତିତ୍ୱ ସମ୍ମାନ-୨୦୨୪’ରେ ସମ୍ବର୍ଦ୍ଧିିତ କରିଛନ୍ତି। ଏହି ଅବସରରେ ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ଡିଆଡିଓର ଡିଡି ଡ. ବି.କେ.ଦାସ, ଜାତୀୟ ସ୍ମାରକ କର୍ତ୍ତୃପକ୍ଷ ଅଧ୍ୟକ୍ଷ ପ୍ରଫେସର କିଶୋର କୁମାର ବାସା, ଏମ୍‌‌ଜିଏମ୍‌‌ ମିନେରାଲ୍ସ ଅଧ୍ୟକ୍ଷ ପଙ୍କଜ ମହାନ୍ତି, ପଦ୍ମଶ୍ରୀ ଅରୁଣା ମହାନ୍ତି, ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷ ପି.ଏଲ ହରନାଦ, ୟୁସିସିଆଇ ସଭାପତି ଡ. ପ୍ରବୋଧ ମହାନ୍ତି, ଫାଲକନ୍‌‌ ଗ୍ରୁପ୍‌‌ ନିର୍ଦ୍ଦେଶକ ପାର୍ଥଜିତ୍‌‌ ପଟ୍ଟନାୟକ, ଆଇଟି ମିଡିଆ ନେଟ୍‌‌ୱାର୍କ ଅଧ୍ୟକ୍ଷ ଡ. ଶୁଭାଶିଷ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ‘ଦି ଇଣ୍ଟରଭ୍ୟୁ ଟାଇମ୍ସ’ର ସମ୍ପାଦକ ଦିବ୍ୟଜିତ୍‌‌ ସାହୁ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ।

Hot this week

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

Related Articles

Popular Categories