www.samajalive.in
Sunday, December 14, 2025
16.1 C
Bhubaneswar

ଯୋଗାଣ ବିଭାଗ ଉଚ୍ଚସ୍ତରୀୟ ଟିମ୍‌ର ଛତିଶଗଡ଼ ଗସ୍ତ: ସାଧାରଣ ବଣ୍ଟନ, ଧାନସଂଗ୍ରହ ଓ ଗୋଦାମ ପରିଚାଳନା ନେଇ କ୍ଷେତ୍ର ପରିଦର୍ଶନ

ଭୁବନେଶ୍ୱର: ରାଜ୍ୟରେ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ବ୍ୟବସ୍ଥାରେ ଉନ୍ନତିକରଣ ଓ ଚାଷୀ ମାନଙ୍କ ପ୍ରଗତି ନିମନ୍ତେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ଚାଷୀ ମାନଙ୍କୁ ବୋନସ ପ୍ରଦାନ ପ୍ରକ୍ରିୟା ସମ୍ପର୍କରେ ଜାଣିବା ପାଇଁ ରାଜ୍ୟର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ନିକଟରେ ଛତିଶଗଡ଼ ଗସ୍ତ କରିଥିଲେ । ସେଠାରେ କ୍ଷେତ୍ର ପରିଦର୍ଶନ ସହ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ, ଧାନ ସଂରକ୍ଷଣ ଏବଂ ସାଧାରଣ ବଣ୍ଟନ ବ୍ୟବସ୍ଥା ବାବଦରେ ଅବଗତ ହୋଇଥିଲେ ।

ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ରାଜ୍ୟର ୭୫ ଜଣିଆ ପ୍ରତିନିଧି ମଣ୍ଡଳୀରେ ବିଭିନ୍ନ ବିଭାଗର ଅଧିକାରୀମାନେ ସାମିଲ ଥିଲେ । ଏହି ପ୍ରତିନିଧି ମଣ୍ଡଳୀର ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ପଡୋଶୀ ରାଜ୍ୟ ଛତିଶଗଡ଼ର ପ୍ରତିପକ୍ଷମାନଙ୍କ ସହ ଆଲୋଚନା କରି ଚାଷୀମାନଙ୍କ ଦ୍ୱାରା ଗୋଦାମ ଓ ପ୍ୟାକ୍ସ ପରିଚାଳନା, ଧାନସଂଗ୍ରହ ଓ ସାଧାରଣ ବଣ୍ଟନ ବ୍ୟବସ୍ଥାର ସମ୍ପର୍କରେ ପଚାରି ବୁଝିବା ସହ ପିଡ଼ିଏସ ମାଧ୍ୟମରେ ଚାଉଳ ଓ ଗହମ ସମେତ ଚିନି, ଗୁଡ଼ ଓ ଲୁଣ ବଣ୍ଟନର ଅନୁଧ୍ୟାନ କରିଥିଲେ ।

- Advertisement -

ଏଥିସହ ବିଭାଗୀୟ ମନ୍ତ୍ରୀ ଶ୍ରୀ ପାତ୍ର ଏବଂ ଏହି ପ୍ରତିନିଧି ମଣ୍ଡଳୀ ଛତିଶଗଡ଼ର ଖାଦ୍ୟଯୋଗାଣ ଓ ଖାଉଟି ସୁରକ୍ଷା ମନ୍ତ୍ରୀ ଶ୍ରୀ ଦୟାଲ୍‌ ଦାସ ବାଘେଲ୍‌, ସମବାୟ ମନ୍ତ୍ରୀ ଶ୍ରୀ କେଦାର କାଶ୍ୟପଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିଲେ । ଏତଦବ୍ୟତୀତ ଛତିଶଗଡ଼ରେ ବିଧାନସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ପ୍ରବାସୀ ଓଡ଼ିଆ ଶ୍ରୀ ପୁରନ୍ଦର ମିଶ୍ରଙ୍କୁ ମନ୍ତ୍ରୀ ଶ୍ରୀ ପାତ୍ର ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ ।

ଏହି ଗସ୍ତ ଅବସରରେ ବୈଷୟିକ ଦଳ, ଯୋଗାଣ ଅଧିକାରୀ, ମାର୍କେଟିଂ ଇନ୍‌ସପେକ୍ଟର ପ୍ରମୁଖ ସାମିଲ ରହି ଛତିଶଗଡ଼ର ଧାନ ସଂଗ୍ରହ, ପ୍ୟାକ୍ସ ପରିଚାଳନା ଓ ସାଧାରଣ ବଣ୍ଟନ ବ୍ୟବସ୍ଥାର ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories