ନେହେରୁ ଯୁବ କେନ୍ଦ୍ର ସଙ୍ଗଠନ ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ
ସମ୍ବଲପୁର: ସାରା ଦେଶରେ ଚାଲିଥିବା ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ କ୍ରମରେ ଗତ ମାସ ୧୭ ତାରିଖରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ସମ୍ବଲପୁର ଜିଲାର ନେହେରୁ ଯୁବ କେନ୍ଦ୍ର ସଙ୍ଗଠନ ତରଫରୁ ୯ଟି ବ୍ଲକରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମସ୍ତ ବ୍ଲକରେ ଥିବା ଯୁବ ଅନୁଷ୍ଠାନର ଯୁବକ ଯୁବତୀ ମାନେ ଅଂଶଗ୍ରହଣ କରିଥିଲେ। ସ୍ୱଚ୍ଛତା କାର୍ଯ୍ୟକ୍ରମର ସଫଳତା ପାଇଁ ଜିଲା ନେହେରୁ ଯୁବ କେନ୍ଦ୍ର ସଙ୍ଗଠନର ଯୁବ ଅଧିକାରୀ ମାରିଆନୁସ ବିଲୁଙ୍ଗ ସ୍ୱଚ୍ଛତା ସମ୍ପର୍କରେ ଯୁବକ ଯୁବତୀ ମାନଙ୍କୁ ସଚେତନ କରିବା ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
Comments are closed.