www.samajalive.in
Monday, December 15, 2025
27.1 C
Bhubaneswar

ଜାଣନ୍ତୁ ; ଏହି ବାସ୍ତୁ ଦୋଷ ପାଲଟିଥାଏ ହୃଦଘାତ, ରକ୍ତଚାପ ସହ ଏସବୁ ରୋଗର କାରଣ..

ପ୍ରତ୍ୟେକ ବ୍ୟକ୍ତି ନିଜ ଘରେ ସୁଖ ଶାନ୍ତି ଓ ସମୃଦ୍ଧି ଇଚ୍ଛା କରନ୍ତି । ଏଥିପାଇଁ ବାସ୍ତୁ ନିୟମ ପ୍ରତି ଧ୍ୟାନ ଦେବା ସହ ଘରକୁ ସଫାସୁତୁରା କରାଯାଏ । ଗ୍ରହ ଶାନ୍ତି ପାଇଁ ପୂଜା କରାଯାଏ । ବାସ୍ତୁ ନିୟମ ପ୍ରତି ଧ୍ୟାନ ଦେବା ନଦେବା ଦ୍ୱାରା, ବାସ୍ତୁ ଦୋଷ କାରଣରୁ ପରିବାର ସଦସ୍ୟ ରୋଗଗ୍ରସ୍ତ ହେବା ସହ ଜୀବନରେ ଅନେକ ସମସ୍ୟା ଲାଗି ରହିଥାଏ।

ବାସ୍ତୁ ଶାସ୍ତ୍ରରେ ପୂର୍ବ ତଥା ଉତ୍ତର ଦିଗ ହାଲୁକା ଓ ନୀଚ୍ଚ ହେବା, ଦକ୍ଷିଣ, ପଶ୍ଚିମ ଦିଗ ଭାରି, ଉଚ୍ଚ ହେବା ଉତ୍ତମ ବୋଲି କୁହାଯାଏ । ମାତ୍ର ପୂର୍ବ ଦିଗ ଭାରି ଓ ପଶ୍ଚିମ ଦିଗ ଏକଦମ୍‌ ହାଲୁକା ହେବା ଦ୍ୱାରା ଅନିଦ୍ରାର ଶିକାର ହେବାକୁ ପଡେ । ଅନିଦ୍ରା ସମସ୍ୟା ହେବା ଦ୍ୱାରା ବିଭିନ୍ନ ପ୍ରକାର ରୋଗର କାରଣ ପାଲଟିଥାଏ।

୧୨ ବର୍ଷ ପରେ.. ନବରାତ୍ରରୁ ଓଲଟା ଚଳନ କରିବେ ବୃହସ୍ପତି ; ଏହି ରାଶିଙ୍କୁ କରିବେ ଭାଗ୍ୟଶାଳୀ, ଧନ ମିଳିବା ସହ ହେବ ବିବାହ..

- Advertisement -

ପରିବାରର ଗୁରୁଜନ ଅଗ୍ନିକୋଣରେ ଶୟନ କରିବା ଦ୍ୱାରା କିମ୍ବା ଉତ୍ତର ଦିଗକୁ ମୁଣ୍ଡ ଓ ଦକ୍ଷିଣ ଦିଗକୁ ପାଦ କରି ଶୋଇବା ଦ୍ୱାରା ମଧ୍ୟ ଅନିଦ୍ରା, ବ୍ୟସ୍ତତା ଅନୁଭବ, ମୁଣ୍ଡ ବିନ୍ଧା ଆଦି ସମସ୍ୟା ହୋଇଥାଏ। ଥକ୍କାପଣ ଅନୁଭବ ହୋଇଥାଏ। ଧନର ଆଗମନ ଓ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଦକ୍ଷିଣ କିମ୍ବା ପୂର୍ବ ଦିଗକୁ ଗୋଡ କରି ଶୋଇବା ଉଚିତ୍‌ ନୁହେଁ।

ବାସ୍ତୁ ଶାସ୍ତ୍ର ଅନୁସାରେ ଦକ୍ଷିଣ-ପଶ୍ଚିମ ଦିଗରେ ପ୍ରବେଶ ଦ୍ୱାର କିମ୍ବା ଖାଲି ସ୍ଥାନ ରହିବା ଶୁଭଙ୍କର ନୁହେଁ। ଏପରି ହେଲେ ହୃଦଘାତ, ହାଡ ଓ ସ୍ନାୟୁ ଜନିତ ରୋଗ ହେବାର ସମ୍ଭାବନା ଅଧିକ ଥାଏ ।

କାର୍‌ ରଖି ଅଟଳ ସେତୁରୁ ଡେଇଁ ବ୍ୟକ୍ତିଙ୍କ ଆତ୍ମହତ୍ୟା

ରୋଷେଇ ଘରେ ଭୋଜନ ପ୍ରସ୍ତୁତ କରିବା ସମୟରେ ଗୃହିଣୀଙ୍କ ମୁହଁ ଦକ୍ଷିଣ ଦିଗକୁ ରହିଲେ ତ୍ୱଚା ଏବଂ ପାଦ ଜନିତ ରୋଗ ହୋଇଥାଏ । ପଶ୍ଚିମ ଦିଗକୁ ମୁହଁ କରି ରୋଷେଇ କଲେ ଆଖି, ନାକ, କାନ ଏବଂ ଗଳା ଜନିତ ସମସ୍ୟା ହୋଇପାରେ । ପୂର୍ବ ଦିଗକୁ ମୁହଁ କରି ରୋଷେଇ କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ସର୍ବୋତ୍ତମ ବୋଲି କୁହାଯାଏ।

ଘରର କାନ୍ଥ ରଙ୍ଗ ପ୍ରତି ଧ୍ୟାନ ରଖିବା ମଧ୍ୟ ନିତାନ୍ତ ଆବଶ୍ୟକ। କଳା କିମ୍ବା ଗଭୀର ନୀଳ ରଙ୍ଗ ହେଲେ ଗ୍ୟାଷ୍ଟ୍ରିକ୍‌, ହାତ ପାଦରେ ଯନ୍ତ୍ରଣା, ନାରଙ୍ଗୀ,ହଳଦିଆ ରଙ୍ଗ ରକ୍ତଚାପ, ଗାଢ ଲାଲ ରଙ୍ଗ ଦୁର୍ଘଟଣାର କାରଣ ପାଲଟିଥାଏ । କାନ୍ଥର ରଙ୍ଗ ସର୍ବଦା ହାଲୁକା ରଙ୍ଗ ହେବା ଆବଶ୍ୟକ।

କାନ୍ଥରୁ ରଙ୍ଗ ବାହାରିଲେ କିମ୍ବା କାନ୍ଥ ଖରାପ ହେବାକୁ ଆରମ୍ଭ କଲେ ତୁରନ୍ତ ଏହାର ମରାମତି କରନ୍ତୁ। ନଚେତ୍‌ ଆଣ୍ଠୁଗଣ୍ଠି ଯନ୍ତ୍ରଣା,ଅଣ୍ଟା ଯନ୍ତ୍ରଣା ଆଦି ସମସ୍ୟା ହୋଇଥାଏ ।

ଦେଖନ୍ତୁ ଛାତିଥରା ଭିଡିଓ; ଆକାଶରୁ ଖସିଲା ମୃତ୍ୟୁ, ବ୍ୟକ୍ତିଙ୍କ ଉପରେ ପଡିଲା ମିଶାଇଲ୍‌ ଖଣ୍ଡ..

 

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories