www.samajalive.in
Saturday, December 6, 2025
14.1 C
Bhubaneswar

କାର୍‌ ରଖି ଅଟଳ ସେତୁରୁ ଡେଇଁ ବ୍ୟକ୍ତିଙ୍କ ଆତ୍ମହତ୍ୟା

ମୁମ୍ବଇ : ମୁମ୍ବଇର ଅଟଳ ସେତୁରୁ ଡେଇଁ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଘଟଣା ବୁଧବାର ସାମ୍ନାକୁ ଆସିଛି । ଗତ ୪ ଦିନ ମଧ୍ୟରେ ଆତ୍ମହତ୍ୟାର ଏହା ୨ୟ ଘଟଣା ବୋଲି ଜଣାପଡିଛି । ବ୍ୟକ୍ତି ଜଣକ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି, ତାହାର ସ୍ପଷ୍ଟତା ମିଳିନାହିଁ । ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଉଦ୍ଧାରକାରୀ ଦଳ ବ୍ୟକ୍ତିଙ୍କ ଖୋଜାଖୋଜି ଜାରି ରଖିଛି ।
କୁହାଯାଉଛି, ଫିଲିପ ଶାହ ନାମକ ଜଣେ ବ୍ୟକ୍ତି ଅଟଳ ସେତୁ ଉପରେ ପ୍ରଥମେ ନିଜ କାର୍‌ ରଖି, ବ୍ରିଜ୍‌ ଉପରୁ ତଳକୁ ଡେଇଁ ଜୀବନ ହାରିଛନ୍ତି । ସେ ମୁମ୍ବଇର ମାତୁନଙ୍ଗା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି ।
ତଲାସି ଅଭିଯାନ ଜାରି ରହିଥିବା ବେଳେ ଏଯାଏଁ ମୃତଦେହ ମିଳିନାହିଁ । ପୁଲିସ ମଧ୍ୟ ଘଟଣାର ତଦନ୍ତ ଜାରି ରଖିଛି ।
ଏହାପୂର୍ବରୁ ସୋମବାର ମଧ୍ୟ ଅଟଳ ସେତୁ ଉପରୁ ଜଣେ ବ୍ୟକ୍ତି କାର୍‌ ରଖି ଡେଇଁପଡିଥିଲେ । ଜଣେ ୪୩ ବର୍ଷୀୟ ମହିଳା ମଧ୍ୟ ଡେଇଁ ପଡିଥିଲେ ।

ଦେଖନ୍ତୁ ଛାତିଥରା ଭିଡିଓ; ଆକାଶରୁ ଖସିଲା ମୃତ୍ୟୁ, ବ୍ୟକ୍ତିଙ୍କ ଉପରେ ପଡିଲା ମିଶାଇଲ୍‌ ଖଣ୍ଡ..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories