www.samajalive.in
Saturday, December 6, 2025
16.1 C
Bhubaneswar

ଇସ୍ରାଏଲ ଉପରେ ୧୮୧ଟି କ୍ଷେପଣାସ୍ତ୍ର ମାଡ କଲା ଇରାନ; ଭାରତୀୟ ନାଗରିକଙ୍କ ପାଇଁ ହେଲପଲାଇନ ନଂ ଜାରି

ସମାଜ ଡିଜିଟାଲ ଡେସ୍କ: ଇସ୍ରାଏଲ ବିରୋଧରେ ଇରାନ ପ୍ରତ୍ୟକ୍ଷ ଯୁଦ୍ଧ ଆରମ୍ଭ କରିଛି। ମଙ୍ଗଳବାର ରାତିରେ ପ୍ରତ୍ୟକ୍ଷ ଯୁଦ୍ଧ ଆରମ୍ଭ କରି ଇସ୍ରାଏଲ ଉପରକୁ ୧୮୧ଟି କ୍ଷେପଣାସ୍ତ୍ର ମାଡ କରିଛି। ଇସ୍ରାଏଲ ଉପରେ ଘନଘନ କ୍ଷେପଣାସ୍ତ୍ର ମାଡ ମାଡ କରିଥିବା ବିଷୟ ଇରାନ ସ୍ୱୀକାର କରିବା ପରେ ବିଶ୍ୱରେ ଆଉ ଏକ ବଡ ଯୁଦ୍ଧ ଘନେଇଛି। କାରଣ କ୍ଷେପଣାସ୍ତ୍ର ମାଡ କରି ଇରାନ ବଡ ଭୁଲ କରିଛି। ଇରାନକଚ ଏହାର ଚରମ ପରିଣାମ ଭୋଗିବାକୁ ପଡ଼ିବ ଏବଂ ଏହି ଆକ୍ରମଣର କଡା ଜବାବ ଦିଆଯିବ ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ କହିଛନ୍ତି।
କ୍ଷେପଣାସ୍ତ୍ର ମାଡରେ ଜଣେ ପାଲେଷ୍ଟାଇନ୍‌‌ ନିହତ ହୋଇଥିବା ଇସ୍ରାଏଲ ଏକ ଭିଡ଼ିଓ ପୋଷ୍ଟ କରି ସୂଚନା ଦେଇଛି। ଆକ୍ରମଣ ପରେ ଇସ୍ରାଏଲ ତାହାର ନାଗରିକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିଛି। ତେବେ ଇସ୍ରାଏଲ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ କରି କୁହାଯାଇଛି ଯେ ଇରାନ ମଙ୍ଗଳବାର ରାତିରେ ୧୮୧ଟି କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ପ୍ରାୟ ଏକବର୍ଷ ହେବ ଇସ୍ରାଏଲ ବିରୋଧରେ ଇରାନ ପରୋକ୍ଷ ଯୁଦ୍ଧ ଚଳାଇଥିଲା। ଗାଜାର ହମାସ, ଲେବାନନର ହେଜବୋଲ୍ଲା ଓ ୟେମେନସ୍ଥିତ ହୁତି ଆତଙ୍କବାଦୀ ସଙ୍ଗଠନକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଇସ୍ରାଏଲ ଉପରେ ଇରାନ ପରୋକ୍ଷ ଯୁଦ୍ଧ ଚଳାଇଥିଲା। ଏବେ ଏହା ପ୍ରତ୍ୟକ୍ଷ ଯୁଦ୍ଧ ଆରମ୍ଭ କରିଛି। ଇସ୍ରାଏଲରେ ଥିବା ଭାରତୀୟ ନାଗରିକଙ୍କ ପାଇଁ ସତର୍କତା ଜାରି କରାଯାଇଛି। ସହାୟତା ଲାଗି ଭାରତୀୟ ଦୂତାବାସ ନିଜ ନାଗରିକଙ୍କୁ ସହାୟତା ଲାଗି ୨୪ଘଣ୍ଟିଆ ହେଲପଲାଇନ ନଂ ୯୭୨୫୪୭୫୨୦୭୧୧ ଓ ୯୭୨୫୪୩୭୨୮୩୯୨ ଜାରି କରିଛି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories