ତୁରୁମୁଙ୍ଗା ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ପାଟଣା: ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ତୁରୁମୁଙ୍ଗା ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବରେ ସ୍ଥାନୀୟ ଆୟୁର୍ବେଦିକ ଚିକିତ୍ସାଳୟର ଡାକ୍ତର ଜଗଦୀଶ ଚନ୍ଦ୍ର ମହାନ୍ତ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ବିଜ୍ଞାନ ମେଳା ର ଶୁଭ ଉଦଘାଟନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଚିତ୍ତରଂଜନ ମହାନ୍ତ ଅତିଥି ପରିଚୟ ପ୍ରଦାନ ସହ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବିଶିଷ୍ଟ ଶିକ୍ଷାବିତ ପ୍ରଦୀପ କୁମାର ସାହୁ ସଭାପତି ଭାବରେ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ସମ୍ମାନୀତ ଅତିଥି ରୂପେ ପ୍ରମୋଦ କୁମାର ସାହୁ ସମସ୍ତଙ୍କ ପାଇଁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଏଥିରେ ଶିଶୁ ବିଭାଗ ୫୬ଟି ପ୍ରକଳ୍ପ, ୫ଟି ପ୍ରୟୋଗ, ବାଲ ବର୍ଗର ୩୫ଟି ପ୍ରକଳ୍ପ, ୫ଟି ପ୍ରୟୋଗ ୩ଟି ପତ୍ରବାଚନ, ୪ଟି ମୂର୍ତ୍ତି କଳା, ସଙ୍ଗୀତରେ ୬ଜଣ, କିଶୋର ବର୍ଗ ର ୧୮ ଟି ପ୍ରକଳ୍ପ, ପ୍ରୟୋଗରେ ୨ଜଣ, ପତ୍ରବାଚନ ୨ଜଣ, ମୂର୍ତ୍ତି କଳାରେ ୪ଜଣ, କଥାକଥନରେ ୧ ଜଣ, ଆଞ୍ଚଳିକ ନୃତ୍ୟରେ ୧୫ଜଣ ଓ କନିଷ୍ଠ ବର୍ଗରେ ୫୦ ଜଣ ମୋଟ ୨୩୨ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ଥିଲେ। ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଚେମଣା ଉଚ୍ଚ ବିଦ୍ୟାଳୟ ରପ୍ରଧାନ ଶିକ୍ଷକ ମହେନ୍ଦ୍ର କୁମାର ମହାନ୍ତ ଶିଶୁମାନଙ୍କୁ ବୈଜ୍ଞାନିକ ମନୋବୃତ୍ତି ନେଇ କାମ କଲେ ଆମେ ମାନେ ସଭିଏଁ ଜଣେ ଜଣେ ବୈଜ୍ଞାନିକ ହୋଇ ପାରିବା ବୋଲି କହିଥିଲେ। ଶେଷରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://samajalive.in

ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: https://chat.whatsapp.com/8tkc88wC0L7089V56S8SyG

ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲରେ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://whatsapp.com/channel/0029VaKt8Sq0gcfMSlTf6B43

Comments are closed.