ପାଟଣା ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ପାଟଣା: ପାଟଣା ବ୍ଲକ ମୁଖ୍ୟାଳୟ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବୈତରଣୀ ବିହାର ସ୍ୱାମ ପାଟଣାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ବ୍ଲକ ଏବିଇଓ ସଚ୍ଚିଦାନନ୍ଦ ସେଠୀ ଯୋଗ ଦେଇ ବିଜ୍ଞାନ ମେଳାକୁ ଉଦଘାଟନ କରିଥିଲେ। ବିଦ୍ୟାଳୟ ପରିଚାଳନା ସମିତି ସଭାପତି ଅରବିନ୍ଦ ଦାଶ ଓ ଉପସଭାପତି ମଦନମୋହନ ମହାନ୍ତ ଯୋଗ ଦେଇ ବର୍ତ୍ତମାନ ସମୟରେ ବିଜ୍ଞାନର ଆବଶ୍ୟକତା ଓ ତାର ଉପକାରିତା ସମ୍ବନ୍ଧରେ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ। ପ୍ରଧାନ ଆଚାର୍ଯ୍ୟ ଗଣେଶ୍ୱର କର ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ଜ୍ଞାନ ବିଜ୍ଞାନ ମେଳାରେ ବାଲ ବର୍ଗ, ଶିଶୁ ବର୍ଗ ଓ କିଶୋର ବର୍ଗରେ ୪ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ୭୦ରୁ ଉର୍ଦ୍ଧ୍ବ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ସେଗୁଡିକ ମଧ୍ୟରେ ବିଜ୍ଞାନ ପ୍ରଶ୍ନ ମଞ୍ଚ, ଗଳ୍ପ କଥନ, ଗଣିତ ପ୍ରଶ୍ନ ମଞ୍ଚ, ବିଜ୍ଞାନ ପ୍ରକଳ୍ପ, ନିବନ୍ଧ ପ୍ରତିଯୋଗିତା, ସଂସ୍କୃତି ଜ୍ଞାନ ପରୀକ୍ଷା, ମୂର୍ତ୍ତି କଳା, ଆଦି ବିଭିନ୍ନ ପ୍ରକାର ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଶିକ୍ଷକ ପ୍ରଦୀପ କୁମାର ମହାନ୍ତ, ଅଞ୍ଜଳୀ ଦଣ୍ଡପାଟ, ବିଜୟ କୁମାର ପଣ୍ଡା ପ୍ରମୁଖ ବିଜ୍ଞାନ ପ୍ରକଳ୍ପ ଗୁଡିକୁ ନିରୀକ୍ଷକ କରି ଚୟନ କରିଥିଲେ। ବିଜ୍ଞାନ ମେଳା ଉଦଯାପନି ସମାରୋହରେ ବିଦ୍ୟାଳୟର ସହସମ୍ପାଦକ ଡମ୍ବରୁଧର ମହାନ୍ତ ଯୋଗ ଦେଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://samajalive.in

ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: https://chat.whatsapp.com/8tkc88wC0L7089V56S8SyG

ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲରେ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://whatsapp.com/channel/0029VaKt8Sq0gcfMSlTf6B43

Comments are closed.