www.samajalive.in
Friday, December 5, 2025
17.1 C
Bhubaneswar

ଶିକ୍ଷକ ନିଯୁକ୍ତି ଦାବୀ ନେଇ ବିଇଓଙ୍କୁ ଭେଟିଲେ ଜନପ୍ରତିନିଧି ଓ ଅଭିଭାବକ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଏନଏସି ଅନ୍ତର୍ଗତ ପୁତି ଗୋପାଳପୁର ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବୀ ନେଇ ଶୁକ୍ରବାର ଜନପ୍ରତିନିଧି ଓ ଅଭିଭାବକ ମାନେ ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ସିତାରାମ ପାତ୍ରଙ୍କୁ ଭେଟି ଏକ ଲିଖିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପୁତି ଗୋପାଳପୁର ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋଟ ୨୨୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୬ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ଯାହା ଫଳରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ସେମାନେ ବିଇଓ ଶ୍ରୀ ପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେହିପରି ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ପାଇଁ ୪ଟି କୋଠରୀ ରହିଥିବାରୁ ଛାତ୍ରଛାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ଅଭାବ ରହିଥିବାରୁ ଉକ୍ତ ପଦବୀ ପୂରଣ କରିବା ସହିତ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ପାଇଁ କୋଠା ନିର୍ମାଣ ଓ ଶିକ୍ଷକ ନିଯୁକ୍ତି ପାଇଁ ସେମାନେ ଉକ୍ତ ସ୍ମାରକ ପତ୍ରରେ ଦର୍ଶାଇଛନ୍ତି। ଏହି ସ୍ମାରକ ପତ୍ର ପ୍ରଦାନ ବେଳେ ଛତ୍ରପୁର ଏନଏସିର ୧ ନଂ ୱାର୍ଡ କାଉନସିଲର ଟି. ଗଣେଷ ରେଡ୍ଡୀ, ୨ ନଂ ୱାର୍ଡ କାଉନସିଲର ଅମରେଶ କୁମାର ମହାରଣା, ଯୁବ ନେତା ପି. ରଘୁନାଥ ରେଡ୍ଡୀ, ରଞ୍ଜିତା ସାହୁ, ପ୍ରମୋଦ କୁମାର ମହାରଣା, ଲିଲିଆମ୍ମା, ଜି. ଲିଙ୍ଗରାଜ ରେଡ୍ଡୀ, ସିମାଞ୍ଚଳ ନାହାକ, ରମା ମହାରଣା, ବି. ଲୀଳାବତି ରେଡ୍ଡୀ, ସସ୍ମିତା ନାୟକ, ବି. ତ୍ରିବେଣୀ ରେଡ୍ଡୀ, ମିନାକ୍ଷୀ ପଲାଇ, ସି.ଏଚ୍‌. ପାପା ରାଓ, ପି. ପାପା ରାଓ, ପି. ଗୋପାଳ ରେଡ୍ଡୀ, ଏମ୍‌. ୱାର୍ଦ୍ଧାରାଜୁଲୁଙ୍କ ସମେତ ବହୁ ଅଭିଭାବକ ମାନେ ଉପସ୍ଥିତ ଥିଲେ।

ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://samajalive.in

- Advertisement -

ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: https://chat.whatsapp.com/8tkc88wC0L7089V56S8SyG

ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲରେ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://whatsapp.com/channel/0029VaKt8Sq0gcfMSlTf6B43

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories