www.samajalive.in
Saturday, December 6, 2025
16.1 C
Bhubaneswar

ଲଗାଣ ବର୍ଷାରେ ଭୁଷୁଡିଲା ମାଟି କାନ୍ଥ ଘର, ଅସହାୟ ପରିବାର

କଲମପୁର: ଏକ ସପ୍ତାହରୁ ଅଧିକ ସମୟ ଧରି ଲାଗି ରହିଛି ଲଗାଣ ବର୍ଷା। ଏହି ଲଗାଣ ବର୍ଷା ଯୋଗୁଁ ଶୁକ୍ରବାର ଭୋର ସମୟରେ କଲମପୁର ଲିମପଡ଼ାର ରୋହିତ କଟ୍ଟାଙ୍କ ମାଟି କାନ୍ଥର ଘର ଭୁଷୁଡି ପଡ଼ିଛି। କିନ୍ତୁ ପରିବାର ଲୋକଙ୍କ କାହାର କିଛି କ୍ଷତି ହେଇ ନାହିଁ।

ସୁଚନା ଅନୁସାରେ ରୋହିତ କଟ୍ଟା ଦିନ ମଜୁରୀଆ ଭାବେ କାମ କରି ନିଜ ପରିବାର ପ୍ରତି ପୋଷଣ କରେ। ତାର କୌଣସି ସମ୍ପତି ନାହିଁ। ଏକ ମାଟି କାନ୍ଥ କୁଡିଆରେ ତାର ପତ୍ନୀ ଏବଂ ଦେଢ ବର୍ଷର ଶିଶୁ କନ୍ୟା ରହି ଆସିଛନ୍ତି। ଘର ଖଣ୍ଡକ ପାଇଁ ଅନେକଙ୍କ ଦ୍ୱାରସ୍ଥ ହେଇଥିଲେ ମଧ୍ୟ ଅଦ୍ୟାବଧି ସରକାରଙ୍କ ଆବାସ ଯୋଜନାରେ ସାମିଲ ହେଇ ପାରିନାହିଁ। ଏଭଳି ସ୍ଥିତିରେ ତାର ଘର ଭୁଷୁଡି ପଡ଼ିବା ପରେ ପରିବାର ସହ ଅସହାୟ ହେଇ ପଡ଼ିଛି ରୋହିତ। ଏବେ ଘୋର ବର୍ଷାର ସମୟ। କେଉଁଠି ମୁଣ୍ଡ ଗୁଞ୍ଜିବ ସେଇ ଚିନ୍ତାରେ ସେ ଚିନ୍ତିତ। ଅନ୍ୟ କିଛି ଉପାୟ ନପାଇ ଶେଷରେ ନିକଟରେ ଥିବା ତାର ବଡ ଭାଇ ଘରେ କିଛି ଦିନ ପାଇଁ ଆଶ୍ରୟ ନେଇଛି। ତେବେ ସେ କେତେଦିନ ସେଠାରେ ଆଶ୍ରୟ ନେଇ ପାରିବ? ତେଣୁ ବ୍ଲକ ପ୍ରଶାସନ ତୁରନ୍ତ ଏଭଳି ଜଣେ ଅସହାୟ ପରିବାର ପ୍ରତି ସହଯୋଗ କରିବା ନେଇ ସାଧାରଣରେ ଦାବି ହେଉଛି।

- Advertisement -

ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://samajalive.in

ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: https://chat.whatsapp.com/8tkc88wC0L7089V56S8SyG

ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲରେ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://whatsapp.com/channel/0029VaKt8Sq0gcfMSlTf6B43

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories