www.samajalive.in
Saturday, December 6, 2025
14.1 C
Bhubaneswar

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ କାରଗିଲ ବିଜୟ ଦିବସ ପାଳିତ

ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ  ଗୃହ ବିଜ୍ଞାନ ବିଭାଗ ପକ୍ଷରୁ  କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ ମାର୍ଗଦର୍ଶନରେ ଆଜି ଜାତୀୟ କାରଗିଲ ବିଜୟ ଦିବସ ପାଳିତ ହୋଇଯାଇଛି। ଏହି ଦିବସରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କ୍ୟାପଟେନ ନାରାୟଣ ବିଶୋଈ ଯୋଗ ଦେଇ ଏହି ଦିବସର ମହତ୍ତ୍ଵ ଉପସ୍ଥାପନା କରିଥିଲେ। ଏହି ଅବସ୍ମରଣୀୟ ଓ ଐତିହାସିକ ଦିବସଟିକୁ ସ୍ମରଣ କରି ଗୃହ ବିଜ୍ଞାନ ବିଭାଗର ଅଧ୍ୟାପିକାମାନେ ନିଜର ବକ୍ତବ୍ୟ ଛାତ୍ରୀମାନଙ୍କୁ ପ୍ରଦାନ କରିଥିଲେ। ବିଭାଗୀୟ ମୁଖ୍ୟ ପ୍ରଧ୍ୟାପିକା ସସ୍ମିତା ବେହେରା ଏବଂ ଅଧ୍ୟାପିକା ଅଲିତା ମିଞ୍ଜ ଓ ଅନିତା ପାଣ୍ଡେ ଏବଂ ଛାତ୍ରୀ ମାନେ କାରଗିଲ ଯୁଦ୍ଧରେ ସହିଦ ଭାରତୀୟ ବୀର ସୈନ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ନିମନ୍ତେ କିଛି ସମୟ ନୀରବ ପ୍ରାର୍ଥନା କରିଥିଲେ। ଶେଷରେ ଅଧ୍ୟାପିକା ଅଲିତା ମିଞ୍ଜ ଧନ୍ୟବାଦ୍ ଜ୍ଞାପନ କରିଥିଲେ।
ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ମଧ୍ୟ କାରଗିଲ ବିଜୟ ଦିବସ ପାଳିତ ହୋଇଥିଲା।  ବିଭାଗ ପକ୍ଷରୁ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ବିଦ୍ୟାର୍ଥୀଙ୍କ ମଧ୍ୟରେ ‘କାରଗିଲ ବିଜୟ ଦିବସର ମହତ୍ତ୍ଵ’ ଶୀର୍ଷକ ଉପରେ ରଚନା ଲେଖନ ପ୍ରତିଯୋଗିତା ହୋଇଥିବା ବେଳେ ଏଥିରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସହକାରୀ ପ୍ରାଧ୍ୟାପକ ଡ଼ ଚିନୁ ବହିଦାର ସଂଯୋଜନା କରିଥିବା ବେଳେ ବିଭାଗର ଅନ୍ୟ ପ୍ରାଧ୍ୟାପକମାନେ ଏଥିରେ ସହଯୋଗ କରିଥିଲେ। ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା ସ୍ଵାଧୀନତା ଦିବସରେ ପୁରସ୍କୃତ କରାଯିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories