ଧାମରା: ଧାମରା ଅଂଚଳରେ ଗୋଟିଏ ଦିନରେ ୨ଟି ଅପମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ଖବର ଅନୁଯାୟୀ ଦୋସିଙ୍ଗା ପଂଚାୟତ ଅଧିନସ୍ଥ ସମିପାଟିଆ ଗ୍ରାମର ରାମକୃଷ୍ନ ଭୂୟା (୬୬) ନିଜ ପୋଖରୀରେ ମାଛ ଧରୁଥିବା ସମୟରେ ଗାଏବ ହୋଇଯାଇଥିଲେ। ବହୁ ସମୟ ପରେ ସଂପୃକ୍ତ ବ୍ୟକ୍ତିଙ୍କ ଶବ ପୋଖରୀରେ ଭାସୁଥିବାର ଦେଖି ତାଙ୍କୁ ତାଙ୍କର ପରିବାର ଧାମରା ମେଡିକାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଛେଦ ପାଇଁ ପଠାଇଥିଲେ। ଅନ୍ୟ ଏକ କେସରେ ଧାମରା ଥାନା ଅଧିନସ୍ଥ ଝାଡକଟା ଗ୍ରାମର ତରୁଣ କୁମାର ଜେନା (୪୫) କୌଣସି ପାରିବାରିକ ସମସ୍ୟାକୁ ନେଇ ନିଜ ଘରେ ଫାଶି ଦେଇ ଆତ୍ମହତ୍ୟା କରିଥିଲେ। ତାଙ୍କ ପରିବାର ଲୋକ ତାଙ୍କୁ ଆଣି ଧାମରା ମେଡିକାଲରେ ପହଂଚିଥିଲେ ମଧ୍ୟ ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିବା ସହ ଶବକୁ ବ୍ୟବଛେଦ ପାଇଁ ଭଦ୍ରକ ପଠାଇଥିବା ଜଣାଯାଇଛି। ଏହି ୨ଟି ଅପମୃତ୍ୟୂକୁ ନେଇ ଧାମରା ଥାନାରେ ୨ଟି ଅପମୃତ୍ୟୂ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରୀ ରହିଛି ବୋଲି ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁଙ୍କ ନିକଟରୁ ପ୍ରକାଶ।
ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://samajalive.in
ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: https://chat.whatsapp.com/8tkc88wC0L7089V56S8SyG
ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲରେ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://whatsapp.com/channel/0029VaKt8Sq0gcfMSlTf6B43



