www.samajalive.in
Monday, December 15, 2025
24.1 C
Bhubaneswar

ଭୁଷୁଡିଲା କୃଷି ବିଭାଗର ପୁରୁଣା କୋଠା

ସମ୍ବଲପୁର: ସମ୍ବଲପୁରର ଫାର୍ମ ରୋଡ ରୋହିଦାସ ନଗର ନିକଟରେ ଥିବା କୃଷି ବିଭାଗର ଏକ ପୁରୁଣା କୋଠା ବୁଧବାର ଦିନ ସମୟରେ ହଠାତ ଭୁଷୁଡି ପଡ଼ିଛି। ଏହି ସମୟରେ ଉକ୍ତ ଘର ନିକଟରେ ଏକ ନାଳର ନିର୍ମାଣ ଚାଲୁଥିବା ବେଳେ ପରିତ୍ୟକ୍ତ ଭାବରେ ପଡ଼ିଥିବା କୋଠାଟି ଭୂଷୁଡି ଯାଇଥିଲା। ନାଳ ନିର୍ମାଣ କରୁଥିବା ୩ ଜଣ ଶ୍ରମିକ ମାନେ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ନାଳ ନିର୍ମାଣ ପୂର୍ବରୁ ରୋହିଦାସ ନଗର ନିବାସୀ ଏହି ପୁରୁଣା କୋଠାକୁ ଭାଙ୍ଗିବା ପରେ ନାଳ ନିର୍ମାଣ ପାଇଁ ଦାବି କରୁଥିବା ବେଳେ କିନ୍ତୁ ପ୍ରଶାସନ ଧ୍ୟାନ ଦେଇ ନ ଥିଲା। ଫଳରେ ନାଳ ନିର୍ମାଣ ସମୟରେ ଅଚାନକ କୋଠାଟି ଭୂଷୁଡି ପଡ଼ିବାରୁ ନିର୍ମାଣ ଶ୍ରମିକ ମାନେ ସୌଭାଗ୍ୟବଶତଃ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି। ଏହି କୋଠାଟି ଭୂଷୁଡି ଯିବାରୁ ରୋହିଦାସ ନଗରକୁ ଯାଉଥିବା ଏକ ରାସ୍ତା ଅବରୁଦ୍ଧ ହୋଇଛି ଏବଂ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗ କରୁଥିବାରୁ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories