www.samajalive.in
Monday, December 15, 2025
24.1 C
Bhubaneswar

ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶେଷହେଲା ଭିନ୍ନକ୍ଷମ ସାମର୍ଥ ଶିବିର

ହରଭଙ୍ଗା: ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଶୁକ୍ରବାର ହରଭଙ୍ଗା ବ୍ଲକ ଚାରିଛକସ୍ଥିତ ପଂଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଶୁକ୍ରବାର ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞନ ସାହୁ ପ୍ରତ୍ୟେକ କାଉଁଟଂର ବୁଲି ବୁଲି ପଞିକୃତ ଭିନ୍ନକ୍ଷମମାନଙ୍କ ଥିବା ଅସୁବିଧା ପଚାରି ବୁଝିଥିଲେ। ଏପରିକି ଆଧାରକାର୍ଡ ଲିଙ୍କ ହୋଇନଥିବା କେତେକ ଭିନ୍ନକ୍ଷମ ହିତାଧିକାରୀଙ୍କ କାର୍ଡ ଲିଙ୍କ ପାଇଁ ଡାଟା ଏଂଟ୍ରି ଅପରେଟରଙ୍କ ପାଖରେ ବସିକି କାର୍ଯ୍ୟର ତଦାରଖ କରିଥିଲେ। କାର୍ଯ୍ୟକ୍ରମ ଶେଷ ପର୍ଯ୍ୟନ୍ତ ଶିବିରରେ ରହି ଭିନ୍ନକ୍ଷମ ହିତାଧିକାରୀଙ୍କ ସବୁ କଥା ତଦାରଖ କରି ଜିଲ୍ଲାପାଳ ଭିନ୍ନକ୍ଷମମାନଙ୍କ ପ୍ରତି ତାଙ୍କ ମନରେଥିବା ଉଦାରତାକୁ ପ୍ରତିପାଦନ କରିଥିଲେ।

ଆଜି ଶିବିରରେ ୨୩୦ଜଣଙ୍କ ନାମ ପଞିକୃତ ହୋଇଥିଲା। ସେଥିରୁ ୮୦ଜଣଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ତତ୍କାଳ ପ୍ରଦାନ କରାଯାଇଥିଲା। ୧୭ଜଣଙ୍କୁ ହୁଇଲ ଚେୟାର,୧୩ଜଣଙ୍କୁ ତିନିଚକିଆ ସାଇକେଲ, ୦୪ଜଣଙ୍କୁ ଆଶାବାଡି, ୦୮ଜଣଙ୍କୁ ହିୟରିଂ ଏଡ୍‌‌ ଏବଂ ଜଣଙ୍କୁ ଏଲବୋ କ୍ରଚେସ ପ୍ରଦାନ କରାଯାଇଥିଲା। କର୍ଣ୍ଣ ପରୀକ୍ଷା ପାଇଁ ଡାକ୍ତର କିଶୋର ପଟ୍ଟନାୟକ, ମାନସିକ ରୋଗ ପାଇଁ ଡାକ୍ତର ମନୋଜ ମିଶ୍ର, ଅସ୍ଥିଶଲ୍ୟ ପାଇଁ ଡାକ୍ତର ଡାକ୍ତର ସୁଦିପ୍ତା ପାତ୍ର, ଚକ୍ଷୁ ପାଇଁ ଡାକ୍ତର ବଲ୍ଲଭ ପ୍ରଧାନ ଏବଂ ଭେଷଜ ବିଭାଗ ପାଇଁ ଡାକ୍ତର ଡାକ୍ତର ଶୈଳେଶ କୁମାର ଧଳ ପ୍ରମୁଖ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହିତ ହରଭଙ୍ଗା ବି.ଡି.ଓ ସ୍ୱପ୍ନିତା ନାଏକ, ବୌଦ୍ଧ ସି.ଡି.ଏମ.ଓ ଜୟକୃଷ୍ଣ ମିଶ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ପୂଜାରୀ, ଆସିଟାଂଟ କଲେକ୍ଟର ଚନ୍ଦ୍ରକାନ୍ତ ବେହେରା, ଟ୍ରେନିଂ ଅଫିସର ସୌଦାଗର ବେହେରା, ରାଜେନ୍ଦ୍ର ନାରାୟଣ ସେନାପତି, ବିଶ୍ୱଜିତ ପ୍ରଧାନ, ଜିଲ୍ଲା ସୂଚନା ଲୋକସର୍ମ୍ପକ ଅଧିକାରୀ ରିତୀକାନ୍ତ ବଳିଆରସିଂ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁନୀଲ ମହାନ୍ତି ପ୍ରମୁଖଙ୍କ ବ୍ଲକର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories