www.samajalive.in
Monday, December 15, 2025
16.1 C
Bhubaneswar

ବାତଜ୍ୱର ନିରାକରଣ ପାଇଁ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ

ଆଠଗଡ଼: ଆଠଗଡ଼ ସହରରେ ବାତଜ୍ୱର ନିରାକରଣ ପାଇଁ ୧୦ଦିନ ବ୍ୟାପି ଚାଲିଥିବା ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ତଦାରଖ କରିବାକୁ ଏକ ୩୦ ଜଣିଆ କେନ୍ଦ୍ରୀୟ ଓ ରାଜ୍ୟସ୍ତରୀୟ ଦଳ ଆଠଗଡ଼଼ ଡାକ୍ତରଖାନାକୁ ଶୁକ୍ରବାର ପରିଦର୍ଶନରେ ଆସି କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଏହି ଦଳ ଆଠଗଡ଼଼ ଉପଖଣ୍ଡ ଡାକ୍ତରଖାନା ଅଧୀକ୍ଷକ ଡାକ୍ତର ବିଜୟ କୁମାର ମିଶ୍ରଙ୍କ ନେତୃତ୍ୱରେ ସହରର ବିଭିନ୍ନ ୱାର୍ଡ଼ ଅନ୍ତର୍ଗତ ସାହିବସ୍ତି ବୁଲି ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାର ଅନୁଧ୍ୟାନ କରିବା ସହିତ କେତେ ଲୋକ ଅଦ୍ୟାବଧି ଡିଇସି ଓ ଆଲବେଣ୍ଡଜଲ୍‌‌ ଔଷଧ ସେବନ କରିଛନ୍ତି ସେ ସମ୍ପର୍କରେ ପଚାରି ବୁଝିଥିଲେ। ଆଠଗଡ଼଼ ସହରରେ ଚାଲିଥିବା ଏହି ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ସ‘ଳତା ହାର ବେଶ୍‌‌ ଉତ୍ସାହଜନକ ଥିବାରୁ ଡାକ୍ତରଖାନା କର୍ତ୍ତୁପକ୍ଷ ଏହି କାର୍ଯ୍ୟକ୍ରମରେ ସାମିଲ ଥିବା କ୍ଷେତ୍ର କର୍ମଚାରୀଙ୍କୁ ପ୍ରଶଂସା କରିଥିଲେ। ପରେ ପରେ ଡାକ୍ତରଖାନାରେ ଥିବା ଏମଡ଼ିଏ କେନ୍ଦ୍ର ବୁଲି ଦେଖିବା ସହ ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ। ଏଥିରେ ଡାକ୍ତରଖାନା ଅଧୀକ୍ଷଙ୍କ ସହିତ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ, ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମର ପର୍ଯ୍ୟବେକ୍ଷକ ବରିଷ୍ଠ ବହୁମ୍ମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମଦ୍‌‌ ଅସଲମ ଉପସ୍ଥିତ ରହି କାର୍ଯ୍ୟକ୍ରମର ରୂପରେଖ ଓ ଅଗ୍ରଗତି ସମ୍ପର୍କରେ ସେମାନଙ୍କୁ ଅବଗତ କରାଇଥିଲେ। ବାତଜ୍ୱର ବା ‘ାଇଲେରିଆର କାରଣ ମାଇକୁଲେକ୍ସ ମଶା କାମୁଡ଼ା ଦ୍ୱାରା ବ୍ୟାପୁଥିବାରୁ ଏହି ମଶା ବଂଶ ଲୋପ କରିବାକୁ ସହରରେ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବାକୁ ଏହି କେନ୍ଦ୍ର ଓ ରାଜ୍ୟ ସ୍ତରୀୟ ଦଳ ପରାମର୍ଶ ଦେଇଥିଲେ। ଏହି ‘ାଇଲେରିଆ ରୋଗରୁ ଆଠଗଡ଼଼କୁ ସମ୍ପୂର୍ଣ୍ଣ ମୁକ୍ତ କରିବା ଲାଗି ଆହୁରି ବ୍ୟାପକ ଜନସଚେତନତା, ରକ୍ତ ପରୀକ୍ଷା, ସ୍ୱଚ୍ଛତା ରକ୍ଷା ଉପରେ ଏହି ଦଳ ଗୁରୁତ୍ୱାରୋପ କରିଥିଲେ। ସବୁ ବିଭାଗକୁ ନେଇ ସମନ୍ୱୟ ବୈଠକ କରି ଆଠଗଡ଼଼କୁ କିପରି ‘ାଇଲେରିଆ ମୁକ୍ତ କରିହେବ ସେ ଦିଗରେ ପଦକ୍ଷେପ ନେବା ପାଇଁ ଏହି ବୈଠକରେ ସ୍ଥିର କରାଯାଇଥିଲା। ଏହି କେନ୍ଦ୍ର ତଥା ରାଜ୍ୟସ୍ତରୀୟ ବିଶେଷଜ୍ଞ ଦଳରେ ଏନଭିବିଡିସିପିର ନିର୍ଦେଶକ ଡାକ୍ତର ତନୁ ଜୈନ, ଆଞ୍ଚଳକିକ ନିର୍ଦେଶକ ଡାକ୍ତର ସୋମଲକର, ଯୋଜନା ପରିଚାଳକ ଡାକ୍ତର ଶୁଭାଶିଷ ମହାନ୍ତି, ଆରଡ଼ି ମୁଖ୍ୟ ଡାକ୍ତର ସୁଚିତ୍ରା ସାମଲଙ୍କ ସମେତ ଡାକ୍ତର ନିରଞ୍ଜନ ସିଂହ, ଡାକ୍ତର ସମ୍ବିତ ପ୍ରଧାନ, ଡାକ୍ତର ଅତୁଲ ମିତ୍ତଲ, ଡାକ୍ତର ତାନ‘ି, ଡାକ୍ତର ଏସ ମହାନ୍ତି, ଟିକେ ବାନାର୍ଜୀ, ଦିପ୍ତିରଞ୍ଜନ ମହାପାତ୍ର, କୀର୍ତ୍ତିକା ତ୍ରିପାଠୀ, ଅମୀୟ ପ୍ରଧାନ, ଏକେ ମିଶ୍ର, ମହେନ୍ଦ୍ର ଦାସ ଓ ବିଜୟ ବେଉରା ପ୍ରମୁଖ ପରିଦର୍ଶନରେ ଆସିଥିଲେ।

Hot this week

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

Related Articles

Popular Categories