www.samajalive.in
Monday, December 8, 2025
14.1 C
Bhubaneswar

ଆଦିବାସୀଙ୍କ ପାରମ୍ପରିକ ଗୁଡିଚଗା ପର୍ବ ଆୟୋଜିତ

କଲମପୁର: ଆଦିବାସୀ ମାଁ ଭାବରେ ପୃଥିବୀ ଏବଂ ପିତା ଭାବରେ ସୂର୍ଯ୍ୟଙ୍କ ଉପାସନ କରିଥାନ୍ତି। ସେମାନଙ୍କ ମାଟି ମାଁ ଙ୍କୁ ଧରଣୀ ଦେବୀ ଭାବେ ପୂଜା ଅର୍ଚ୍ଚନା କରି ଆସୁଛନ୍ତି କେଉଁ ଆଦିମ କାଳରୁ। ଧରଣୀ ଦେବୀଙ୍କ ଏକ ଅନନ୍ୟ ପାରମ୍ପାରିକ ପର୍ବ ‘ଟୋକିମରା’ ଏହି ଟୋକିମରା ପର୍ବର ଅନ୍ୟ ଏକ ଉପ ପର୍ବ ‘ଗୁଡିଚଗା’ ଯାହା ରବିବାର ସକାଳରୁ ଅପରାହ୍ନ ଯାଏଁ ମହା ସମାରୋହର ସହିତ କଲମପୁର ବ୍ଲକ ଅଧିନସ୍ଥ ତୋତ୍ରାଗୁଡା ଠାରେ ଅନୁଷ୍ଠିତ ହେଇଯାଇଛି। ଏଥିରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ବିଜୟ ଦେବ ସାହୁ ପ୍ରମୁଖ ଅତିଥି ଭାବେ ଏହି ପର୍ବରେ ସାମିଲ ହେଇଥିଲେ। ଗୁଡିଚଗା ଅର୍ଥାତ୍‌‌ ମାଟି ଗୁଡିର ପ୍ରତିଷ୍ଠା। ଟୋକି ପର୍ବ ପାଳନ ପୂର୍ବରୁ ମାଟି ଦେବତାଙ୍କ ଘର ଗୁଡି ଘରର ପ୍ରତିଷ୍ଠା ନିହାଁତି ଆବଶ୍ୟକ ତେଣୁ ଏହି ଗୁଡି ଚଗା ପର୍ବ ମାଧ୍ୟମରେ ଏହାର ପ୍ରତିଷ୍ଠା କରାଯାଇଥାଏ। ଏଥି ପାଇଁ ନିକଟସ୍ଥ ପଡୋଶୀ ଗ୍ରାମର ସମସ୍ତ ଗାଁକୁ ନିମନ୍ତ୍ରଣ କରା ଯାଇଥାଏ ଗୁଡିଚଗା ପର୍ବରେ ସାମିଲ ହେବା ପାଇଁ। ସେମାନେ ମଧ୍ୟ ନିମନ୍ତ୍ରଣ ରକ୍ଷାକରି ନିଜ ସାଧ୍ୟ ମୁତାବକ ବରଣୀ ନେଇ ନିଜ ଦଳ ବଳ ନେଇ ମାଟି ଗୁଡି ଠାରେ ପହଂଚି ଥାନ୍ତି। ଗାଁ ରେ ପହଂଚିବା ପରେ ଅତିଥିଙ୍କ ସେବା ପାଇଁ ମହିଳା ମାନେ ଗୋଡ ଧୋଇଦେଇ ବନ୍ଦାପନା କରି ପାଛୋଟି ନିଅନ୍ତି।

ଏହାପରେ ଯୁବକ ମାନେ ଏକ ଖଟିଆରେ ମୁରବୀ ଶ୍ରେଣୀୟ ଅତିଥିଙ୍କୁ ବୋହି ଗୁଡି ପରିକ୍ରମା କରିଥାନ୍ତି। ଏହାପରେ ଗୁଡି ଭିତରେ ବସି ଭାବର ଆଦାନ ପ୍ରଦାନ ସହ ବିଭିନ୍ନ ଉପଚାରରେ ହେଉଥିବା ପୂଜାରେ ସାମିଲ ହେଇଥାନ୍ତି। ଦିନ ତମାମ ଏହି ପର୍ବ ଚାଲିଥିଲା। ଗରୁମେଙ୍କ ଦେହରେ ଦେବୀଙ୍କ କାଳସୀ ଲାଗି ପର୍ବ ଆୟୋଜନର ବିଧି ନେଇ ବୁଝାଇଥିଲେ। ଗ୍ରାମରେ ହସ ଖୁସି ମଧ୍ୟରେ ଏହି ପର୍ବ ପାଳିତ ହେଇଯାଇଛି। ତୋତ୍ରାଗୁଡା ଠାରେ ଆୟୋଜିତ ଏହି ପର୍ବ ପାଳନ ପାଇଁ ଗାଁ ଦେବୀଙ୍କ ପୂଜକ (ଜାନୀ) ଭାବେ ସୁବାସ ଚନ୍ଦ୍ର ମାଝୀ, ଗୁରମାଈ ଭାବେ ଉଜ୍ଜଳମତି ମାଝୀ, ଦିଶାରୀ ଭାବେ ପଟନାଏକ ମାଝୀ ନିୟୋଜିତ ହେଇଥିବା ବେଳେ ପର୍ବ ପାଳନ କମିଟିର ସଭାପତି ଭାବେ ବୈକୁଣ୍ଠ ନାକେ କାର୍ଯ୍ୟ ସମ୍ପାଦିତ କରି ଆସୁଛନ୍ତି। ତ୍ରୈୟମ୍ବକ ମାଝୀ, ସୁଶାନ୍ତ ମାଝୀ, ନାକ ଗଣ୍ଡା, ଅଜମ ମାଝୀ, ଯଶୋବନ୍ତ ନାଏକ, ମୋହନ ମାଝୀ, ବୁନୁ ବାରିକରାମେଶ୍ୱର ନାଏକ, କପିଳ ପଟେଲ ପ୍ରମୁଖଙ୍କ ସମେତ ଗ୍ରାମବାସୀ ଏହି ପର୍ବ ପାଳନ ନେଇ ସକ୍ରିୟ ସହଯୋଗ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories