nua o banner

ଘାଟିରୁ ଓଲଟିଲା ପିକନିକ୍‌ ବସ୍ – ୩୫ ଆହତ, ୬ ଗୁରୁତର

BSKY banner  750×100

ଡେସ୍କ: ତପ୍ତପାଣି ଘାଟିରେ ପିକନିକ୍‌ ବସ୍ ଓଲଟି ୩୫ ଜଣ ଆହତ ହୋଇଛନ୍ତି। ସେହି ବସରେ ୬୦ରୁ ଅଧିକ ପର୍ଯ୍ୟଟକ ଥିବା ଜଣାପଡିଛି। ସେହି ବସରେ ଯାଜପୁରରୁ ପିକନିକ୍‌ ଯାଇଥିବା ଏକ ଘରୋଇ ବସ୍‌ ‘ରିଜୱାନି’ ଭାରସାମ୍ୟ ହରାଇ ଘାଟି ତଳକୁ ଝାସିପଡି ଓଲଟି ପଡିଥିଲା। ପିକନିକ ସାରି ଗଜପତି ଜିଲ୍ଲା ଜିରାଙ୍ଗରୁ ଫେରିବା ବେଳେ ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟିରେ ଏହି ଦୁର୍ଘଟଣା ଘଟିଛି। ଆହତ ମାନଙ୍କ ମଧ୍ୟରୁ ୬ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ଜଣାପଡିଛି। ଆହତ ମାନଙ୍କୁ ପ୍ରଥମେ ସ୍ଥାନୀୟ ଲୋକେ ଓ ପିକନିକରୁ ସେହି ବାଟ ଦେଇ ଫେରୁଥିବା ଅନ୍ୟ ଲୋକମାନେ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲେ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୁଲିସ ପହଁଚିଥିବା ସୂଚନା ମିଳିଛି।

Comments are closed.