www.samajalive.in
Monday, December 8, 2025
14.1 C
Bhubaneswar

ବିଭିନ୍ନ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବାଉଁଶୁଣି: ବୌଦ୍ଧ ବ୍ଲକ୍ ବାଉଁଶୁଣି ମିଶନ୍ ପବ୍ଲିକ ସ୍କୁଲର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମିଶନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷ ମନୋରଞ୍ଜନ ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ୱାସିଡିଏ ସମ୍ପାଦକ ରାଜେନ୍ଦ୍ର ମେହେର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ। ଅନ୍ୟତମ ସମ୍ମାନୀତ ଅତିଥି ଭାବେ ବାଉଁଶୁଣୀ ମହାବିଦ୍ୟାଳୟର ଅଧକ୍ଷ ଅନିରୁଦ୍ଧ ମହାକୁଳ,ମିଶନ୍ ପବ୍ଲିକ ସ୍କୁଲର ଏମ୍,ଡି ବୃନ୍ଦାବନ ମେହେର ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍ ଜ୍ୟୋତିରଂଜନ ବହିଦାର୍ ଯୋଗଦେଇଥିଲେ। କାର୍ୟ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ପ୍ରଦ୍ୟୁମ୍ନ ରଥ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟକ୍ଷ ମନୋରଞ୍ଜନ ଦେହୁରୀ ବାର୍ଷିକ ବିବରଣୀ ପାଠ କରିଥିଲେ। ପୁର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା।

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିଶରରେ ୩୪ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟର ସଭାପତି ପ୍ରକୃତି ପ୍ରେମୀ, ଲେଖକ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବ୍ରଜବନ୍ଧୁ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ବାର୍ଷିକ ଉତ୍ସବରେ ବାଗଦେବୀ ସରସ୍ଵତୀ ଓ ଭାରତ ମାତାଙ୍କ ଉଦ୍ଦେଶ୍ୟରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ଵଳନ ଓ ବେଦ ପାଠ ପରେ ସ୍ଵାଗତ ସଂଗୀତ ତତସହିତ ଭାରତ ମାତାଙ୍କ ବନ୍ଦନା ଗାନ କରାଯାଇଥିଲା। କାର୍ୟ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ୟ୍ୟ ରାଜେନ୍ଦ୍ର କୁମାର ପାଢ଼ୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ବିଦ୍ୟାଳୟର ସମ୍ପାଦକ ଟି. ଶିବ ଶଙ୍କର ପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଲେଶପଟା ସଂସ୍କୃତ କନ୍ୟାଶ୍ରମ ସ୍ଵାମୀ ଜୀବନ ମୁକ୍ତାନନ୍ଦ ପୁରୀ ଜି ମହାରାଜ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ କର୍ଣ୍ଣେଲ ଶିଶିର କୁମାର ଘୋଷ ଏବଂ ମୁଖ୍ୟ ବକ୍ତା ଭାବେ ବିଭାଗ ସହ ସଂଘ ଚାଳକ ଲକ୍ଷ୍ମୀ ନନ୍ଦ ମଞ୍ଚାସୀନ ଥିଲେ।

- Advertisement -

ପଦ୍ମପୁର: ପଦ୍ମପୁର ସ୍ଥିତ ଆଇଡିୟଲ ପବ୍ଲିକ ସ୍କୁଲର ମୁକୁନ୍ଦ ବିହାର ପରିସରରେ ୧୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଜିତ୍ କୁମାର ମିଶ୍ର ଓ ସମ୍ମାନିତ ଅତିଥି ଭାବେ ଗୁଡ଼ିଆବନ୍ଧର ସହକାରୀ ଶିକ୍ଷକ ସର୍ବେଶ୍ଵର ପରିଡ଼ା ଯୋଗ ଦେଇଥିଲେ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ୧୦୦ ମିଟର ଦୌଡ଼, ୫୦ ମିଟର ଦୌଡ, ମ୍ୟୁଜିକଲ୍ ଚେୟାର, ମ୍ୟାଥ ରେସ, ସଟ ପୁଟ ଥ୍ର, ଇନ୍ ଆଉଟ୍, ଲେମ୍ଭୁ ଚାମଚ, ଅଖା ଡିଁଆ ଓ ଡକ ରେସ ଅନୁଷ୍ଠିତ ହୋଇଥିଲା।

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଯାଇଅଛି। ଏହି ଅବସରରେ ଜେଏସଡ୍ଳୁ-ଭୂଷଣ କମ୍ପାନୀର ଉପ-ସଭାପତି ସର୍ବାନନ୍ଦ ସିଂ ମୁଖ୍ୟ ଅତିଥି ଓ ଡ଼. ଶ୍ୟାମସୁନ୍ଦର ଧର ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ। ବିଦ୍ୟାଲୟ ର ସମ୍ପାଦକ ସରୋଜ ବିଶୋଇ ମଞ୍ଚ ପରିଚାଳନା କରିଥିଲେ ଏବଂ ସଭାପତି ରାଜୀବ ମିଶ୍ର ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ପ୍ରଧାନ ଆଚାର୍ୟ୍ୟ ଦିପ୍ତିରଞ୍ଜନ ପୋଥାଳ ବାର୍ଷିକ ବିବରଣୀ ପଠନ କରିଥିଲେ। ବାର୍ଷିକ ଉତ୍ସବ ଅବସରରେ ଶିଶୁ ମାନଙ୍କ ମା ମାନଙ୍କୁ ନେଇ ଏକ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଦିଲେଶ୍ୱରି ପଶାୟତ ପ୍ରଥମ, ଜ୍ୟୋତିର୍ମୟୀ ଷଣ୍ଢ ଦ୍ଵିତୀୟ ଏବଂଲକ୍ଷ୍ମୀପ୍ରିୟା ପଟ୍ଟନାୟକ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇ ଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories