www.samajalive.in
Monday, December 15, 2025
24.1 C
Bhubaneswar

କଣ୍ଟାବାଞ୍ଜିରେ ବାବା ସାହେବଙ୍କ ଜନ୍ମ ଜୟନ୍ତୀ ପାଳିତ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜିରେ ଧୂମଧାମରେ ଡ଼ ଭୀମ ରାଓ ରାମଜୀ ଆମ୍ବେଦରଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଆମ୍ବେଦରଙ୍କ ଜୟନ୍ତୀ ମହୋତ୍ସବ କମିଟି ପକ୍ଷରୁ ଏହି ଦିବସ ପାଳନ କରାଯାଇଥିବା ବେଳେ ଚଟୁଅନକା ଗାଁରୁ ପ୍ରଥମେ ଏକ ବିରାଟ ମୋଟର ସାଇକେଲ ରାଲି ବାହାରି ସହର ପରିକ୍ରମା କରିଥିଲା। ଏଠିରେ କଣ୍ଟାବାଞ୍ଜି ସହ ତୁରେକେଲା, ମୁରିବାହାଲ, ବେଲପଡା, ବଙ୍ଗୋମୁଣ୍ଡା, ଖପ୍ରାଖୋଳ ବ୍ଲକ ସହ ଆଖପାଖ ଅଞ୍ଚଳର ଯୁବକ ମାନେ ସାମିଲ ହୋଇଥିଲେ। ପରେ ଏକ ବିରାଟ ଶୋଭାଯାତ୍ରା ବାହାରି ଥିଲା। ଶୋଭାଯାତ୍ରାରେ ହଜାର ହଜାର ସଂଖ୍ୟାରେ ମହିଳା ପୁରୁଷ, ଯୁବକ ଯୁବତୀ ମାନେ ସାମିଲ ହୋଇଥିଲେ। ପ୍ରସିଦ୍ଧ କଣ୍ଠଶିଳ୍ପୀ ରୁକୁ ସୁନା ଶୋଭାଯାତ୍ରାରେ ସାମିଲ ହୋଇ ବାଜାର ତାଳେ ତାଳେ ନୃତ୍ୟ କରି ଅନ୍ୟ ମାନଙ୍କୁ ମଧ୍ୟ ନାଚିବାକୁ ଉତ୍ସାହିତ କରିଥିଲେ। ଶୋଭାଯାତ୍ରା ଆମ୍ବେଦକର ଛକ ପହଞ୍ଚିବା ପରେ ସେଠାରେ ଥିବା ଆମ୍ବେଦରଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ ପରେ ଶୋଭାଯାତ୍ରା ରେଳବାଇ ଖେଳ ପଡିଆ ସଭା ସ୍ଥଳକୁ ପହଞ୍ଚିଥିଲା। ସଭାରେ ମୁଖ୍ୟ ଅତିଥି ଭାବେ ପୋଲିସ ଆଇଜି ସତିଶ ଗଜଭିଏ, ମୁଖ୍ୟ ବକ୍ତା ଭାବେ ମୂଳନୀବାସୀ ସମତା ପରିଷଦ ରାଜ୍ୟ ସଂଯୋଜକ ଅଭିରାମ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ବଙ୍ଗୋମୁଣ୍ଡା ବିଡିଓ ରିପୁନାଥ ନାଥ, ମୁସଲମାନ ସମ୍ପ୍ରଦାୟରୁ ଅବଦୁଲ ଗଫାର, ଆଦିବାସି ଗଣ୍ଡ ସମାଜ ସଭାପତି ଗିରିରାଜ ସିଂ ମାଝି, ଖିଷ୍ଟ୍ରିଆନ ସମ୍ପ୍ରଦାୟରୁ ମନୋଜ ସାହୁ, ଓବିସିରୁ ସୂରଥ ବେହେରା, ଚଟୁଅନକା ଗଣ୍ଡା ସମାଜ ସଭାପତି ଦେବାନନ୍ଦ ବଏ, ସମାଜସେବୀ ଗୋବିନ୍ଦ ତାଣ୍ଡି, ସତନାମୀ ସମାଜ ସମ୍ପାଦକ ଗୋପାଲ ସତନାମୀ, ମହିଳା ନେତ୍ରୀ ଗୋପା ମହାନନ୍ଦ, ସମାଜସେବୀ କୈଳାସ ଦିପ, ଦେବଦତ୍ତ ମଜଖଣ୍ଡ, କଣ୍ଠଶିଳ୍ପୀ ରୁକୁ ସୁନା, ଏଲଡିଏ ପ୍ରତିଷ୍ଠାତା ଲବ ସୁନା ପ୍ରମୁଖ ମଞ୍ଚାସୀନ ଥିଲେ।

ମୁଖ୍ୟ ଅତିଥି ବାବା ସାହେବଙ୍କ ସଂଘର୍ଷ ସହ ଶିକ୍ଷା ଉପରେ ନିଜର ଅବିଭାଷଣ ରଖିଥିଲେ। ମହୋତ୍ସବ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ହୋଇଥିବା ପ୍ରତିଯୋଗୀଙ୍କୁ ଆୟୋଜକ କମିଟି ପକ୍ଷରୁ ମୁଖ୍ୟ ଅତିଥି ଟ୍ରଫି ଏବଂ ମାନପତ୍ର ଦେଇ ସମ୍ମାନିତ କରିବା ସହ ବିଶେଷ ପ୍ରତିଭା ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories