www.samajalive.in
Sunday, December 14, 2025
23.1 C
Bhubaneswar

ଜବରଦଖଲରେ ସର୍ବସାଧାରଣ ରାସ୍ତା, କାର୍ଯ୍ୟାନୁଷ୍ଠାନ ଦାବି

ଚୌଦ୍ୱାର: ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ଚାରବାଟିଆ ହାଉସିଂବୋର୍ଡ ଫେଜ୍‌‌-୨ର ଜନ ଗହଳିପୂର୍ଣ୍ଣ ସର୍ବସାଧାରଣ ଯାତାୟତ ରାସ୍ତାକୁ ଜନୈକ ବ୍ୟକ୍ତି ଜବରଦଖଲ କରିଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ ହାଉସିଂ ବୋର୍ଡ ଫେଜ-୨ରେ ପ୍ରତି ଲାଇନ୍‌‌ରେ ହାଉସିଂ ବୋର୍ଡ ଘରତିଆରି ସମୟରେ ଲୋକ ମାନଙ୍କ ବ୍ୟବହାର ପାଇଁ ୩୦ଫୁଟ ଓସାରର ରାସ୍ତା ତିଆରି କରାଯାଇଥିଲା।ହେଲେ ପରବର୍ତ୍ତୀ ସମୟରେ କିଛି ସ୍ଥାନୀୟ ବାସିନ୍ଦା ରାସ୍ତାକୁ ଜବର ଦଖଲ କରି ତା ଉପରେ ଘର ଓ ପାଚେରୀ ଆଦି ନିର୍ମାଣ କରି ଦେଇଥିବା ଦେଖିବାକୁ ମିଳିଛି। ଗୋଟିଏ ସ୍ଥାନରେ ରାସ୍ତା ପାଖରେ ରହୁଥିବା ଜନୈକ ବ୍ୟକ୍ତି ଉକ୍ତ ରାସ୍ତାକୁ ଜବରଦଖଲ କରି ପାଖାପାଖି ୧୫ଫୁଟ ଜାଗା ନିଜ ଅକ୍ତିଆରରେ ରଖିଛନ୍ତି। ରାସ୍ତାର ଉକ୍ତ ସ୍ଥାନଟି ଏକ ୪ଛକି ଜାଗା ହୋଇଥିବା ବେଳେ ଉକ୍ତ ରସ୍ତାରେ ଯାଉଥିବା ଗାଡ଼ି ମଟର ବିଭିନ୍ନ ଦିଗକୁ ଯିବାପାଇଁ ପର୍ଯ୍ୟାପ୍ତ ସ୍ଥାନର ଦରକାର ହୋଇଥାଏ। ସେହି ସ୍ଥାନରେ ରାସ୍ତାର କିଛି ଜାଗା ଉକ୍ତ ବ୍ୟକ୍ତି ଜଣକ ଜବର ଦଖଲ କରିନେଇଥିବାରୁ ରାସ୍ତାଟି ସଂଙ୍କୀର୍ଣ୍ଣ ହୋଇ ଦୈନିକ ଛୋଟ ବଡ ଦୁର୍ଘଟଣା ଘଟିବା ସହିତ ସାଧାରଣଙ୍କ ଯାତାୟତରେ ଘୋ ଅସୁବିଧା ସୃଷ୍ଠି ହେଉଛି।ଏନେଇ ୱାର୍ଡର ଲୋକେ ତାଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସେ ଲୋକଙ୍କ ଅଭିଯୋଗକୁ କଣ୍ଣପାତ କରୁ ନଥିବା ଓ ଓଲଟି ସେ ଲୋକ ମାନଙ୍କୁ ଗାଳିଗୁଲଜ କରୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଦିଲ୍ଲିପ କୁମାର ଭୁୟାଁ, ଶ୍ରାବଣୀ ରାୟ, ସରିତା ସାମନ୍ତରାୟ, ଅର୍ନ୍ତର୍ଯ୍ୟାମୀ ମଲ୍ଲିକ, ବିବେକାନନ୍ଦ ଦାସ, କମଲ ସ୍ୱାଇଁ, ଅଶୋକ ପରିଜା, ପ୍ରତାପ କୁମାର ମହାନ୍ତିଙ୍କ ସମେତ ବହୁ ୱାର୍ଡବାସୀ ଘଟଣା ସମ୍ପର୍କରେ କଟକ ଜିଲ୍ଲାପାଳ, ୫-ଟି ସଚିବ, ଟାଙ୍ଗୀ-ଚୌଦ୍ୱାର ତହସିଲଦାର ଓ ପୌରନିର୍ବାହୀ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରି ରାସ୍ତା ଅବରୋଧ ହଟାଇବାକୁ ଅନୁରୋଧ କରିଛନ୍ତି। ଜବର ଦାଖଲକାରୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ପୌରପାଳିକା ଆଗରେ ଧାରଣା ଦିଆଯିବ ବୋଲି ୱାର୍ଡ଼ବାସୀ ଚେତାବନୀ ଦେଇଛନ୍ତି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories