www.samajalive.in
Sunday, December 14, 2025
26.1 C
Bhubaneswar

ଜବରଦଖଲରେ ସର୍ବସାଧାରଣ ରାସ୍ତା, କାର୍ଯ୍ୟାନୁଷ୍ଠାନ ଦାବି

ଚୌଦ୍ୱାର: ଚୌଦ୍ୱାର ପୌରପାଳିକା ଅନ୍ତର୍ଗତ ଚାରବାଟିଆ ହାଉସିଂବୋର୍ଡ ଫେଜ୍‌‌-୨ର ଜନ ଗହଳିପୂର୍ଣ୍ଣ ସର୍ବସାଧାରଣ ଯାତାୟତ ରାସ୍ତାକୁ ଜନୈକ ବ୍ୟକ୍ତି ଜବରଦଖଲ କରିଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ ହାଉସିଂ ବୋର୍ଡ ଫେଜ-୨ରେ ପ୍ରତି ଲାଇନ୍‌‌ରେ ହାଉସିଂ ବୋର୍ଡ ଘରତିଆରି ସମୟରେ ଲୋକ ମାନଙ୍କ ବ୍ୟବହାର ପାଇଁ ୩୦ଫୁଟ ଓସାରର ରାସ୍ତା ତିଆରି କରାଯାଇଥିଲା।ହେଲେ ପରବର୍ତ୍ତୀ ସମୟରେ କିଛି ସ୍ଥାନୀୟ ବାସିନ୍ଦା ରାସ୍ତାକୁ ଜବର ଦଖଲ କରି ତା ଉପରେ ଘର ଓ ପାଚେରୀ ଆଦି ନିର୍ମାଣ କରି ଦେଇଥିବା ଦେଖିବାକୁ ମିଳିଛି। ଗୋଟିଏ ସ୍ଥାନରେ ରାସ୍ତା ପାଖରେ ରହୁଥିବା ଜନୈକ ବ୍ୟକ୍ତି ଉକ୍ତ ରାସ୍ତାକୁ ଜବରଦଖଲ କରି ପାଖାପାଖି ୧୫ଫୁଟ ଜାଗା ନିଜ ଅକ୍ତିଆରରେ ରଖିଛନ୍ତି। ରାସ୍ତାର ଉକ୍ତ ସ୍ଥାନଟି ଏକ ୪ଛକି ଜାଗା ହୋଇଥିବା ବେଳେ ଉକ୍ତ ରସ୍ତାରେ ଯାଉଥିବା ଗାଡ଼ି ମଟର ବିଭିନ୍ନ ଦିଗକୁ ଯିବାପାଇଁ ପର୍ଯ୍ୟାପ୍ତ ସ୍ଥାନର ଦରକାର ହୋଇଥାଏ। ସେହି ସ୍ଥାନରେ ରାସ୍ତାର କିଛି ଜାଗା ଉକ୍ତ ବ୍ୟକ୍ତି ଜଣକ ଜବର ଦଖଲ କରିନେଇଥିବାରୁ ରାସ୍ତାଟି ସଂଙ୍କୀର୍ଣ୍ଣ ହୋଇ ଦୈନିକ ଛୋଟ ବଡ ଦୁର୍ଘଟଣା ଘଟିବା ସହିତ ସାଧାରଣଙ୍କ ଯାତାୟତରେ ଘୋ ଅସୁବିଧା ସୃଷ୍ଠି ହେଉଛି।ଏନେଇ ୱାର୍ଡର ଲୋକେ ତାଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସେ ଲୋକଙ୍କ ଅଭିଯୋଗକୁ କଣ୍ଣପାତ କରୁ ନଥିବା ଓ ଓଲଟି ସେ ଲୋକ ମାନଙ୍କୁ ଗାଳିଗୁଲଜ କରୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଦିଲ୍ଲିପ କୁମାର ଭୁୟାଁ, ଶ୍ରାବଣୀ ରାୟ, ସରିତା ସାମନ୍ତରାୟ, ଅର୍ନ୍ତର୍ଯ୍ୟାମୀ ମଲ୍ଲିକ, ବିବେକାନନ୍ଦ ଦାସ, କମଲ ସ୍ୱାଇଁ, ଅଶୋକ ପରିଜା, ପ୍ରତାପ କୁମାର ମହାନ୍ତିଙ୍କ ସମେତ ବହୁ ୱାର୍ଡବାସୀ ଘଟଣା ସମ୍ପର୍କରେ କଟକ ଜିଲ୍ଲାପାଳ, ୫-ଟି ସଚିବ, ଟାଙ୍ଗୀ-ଚୌଦ୍ୱାର ତହସିଲଦାର ଓ ପୌରନିର୍ବାହୀ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରି ରାସ୍ତା ଅବରୋଧ ହଟାଇବାକୁ ଅନୁରୋଧ କରିଛନ୍ତି। ଜବର ଦାଖଲକାରୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ପୌରପାଳିକା ଆଗରେ ଧାରଣା ଦିଆଯିବ ବୋଲି ୱାର୍ଡ଼ବାସୀ ଚେତାବନୀ ଦେଇଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories