ଓଡିଶା ମିଲେଟ ମିଶନ ରୋଷେଇ ପ୍ରତିଯୋଗିତା ଜରିଆରେ ମିଲେଟର ଗ୍ରହଣୀୟତା ବୃଦ୍ଧି ଓ ଗୃହିଣୀଙ୍କୁ ଉତ୍ସାହିତ କରୁଛି

ଭୁବନେଶ୍ୱର: ଓଡିଶା ସରକାରଙ୍କ ଦ୍ୱାରା ଆୟୋଜିତ ମିଲେଟ ଫୁଡ ଫେଷ୍ଟିଭାଲ ଭୁବନେଶ୍ୱରର ପ୍ରସିଦ୍ଧ ରେଷ୍ଟୁରାଂଟ ମାଇକେଲ୍ସ କିଚେନ ସହଯୋଗରେ ମଇ ୨୦ ତାରିଖରେ ଶେଷ ହୋଇଛି । ରାଜଧାନୀର ବହୁ ନାଗରିକ ଏହା ପରିଦର୍ଶନ କରିବା ସହିତ ସେଫ୍‌ ମାଇକେଲ ଓ ତାଙ୍କ ଟିମ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସ୍ଥାନୀୟ ଓ ଆନ୍ତର୍ଜାତିକ ଖାଦ୍ୟର ନିଆରା ଅନୁଭବ ନେଇଥିଲେ । ଏହି ଫେଷ୍ଟିଭାଲରେ ରୋଷେଇ ପ୍ରତିଯୋଗିତା ମଇ ୧୮ରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଅଂଶଗ୍ରହଣକାରୀ ନିଜର ରନ୍ଧନ ଦକ୍ଷତା ପ୍ରଦର୍ଶନ କରିଥିଲେ ।

ମିଲେଟ ଫୁଡ ଫେଷ୍ଟିଭାଲର ଏକ ସବ ଇଭେଂଟ ଭାବରେ ମିଲେଟ ଫୁଡ ରୋଷେଇ ପ୍ରତିଯୋଗିତା ମଇ ୧୮ରେ ଅନୁଷ୍ଠିତ ହୋଇଥିଲା । ଏହା ମୁଖ୍ୟତଃ ପ୍ରତିଭାସମ୍ପନ୍ନ ଓ ସୃଜନଶୀଳ ଗୃହିଣୀମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଆୟୋଜିତ ହୋଇଥିଲା । ମିଲେଟର ସ୍ୱାସ୍ଥ୍ୟ ଉପକାରିତା ଓ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ମାଇକେଲ କିଚେନ ଦ୍ୱାରା ଆୟୋଜିତ ଏବଂ ମିଲ୍କ ମନ୍ତ୍ରା ଦ୍ୱାରା ପ୍ରାୟୋଜିତ ହୋଇଥିଲା ।

୨୫ ଜଣ ଅଂଶଗ୍ରହଣକାରୀଙ୍କୁ ମିଲେଟକୁ ମୁଖ୍ୟ ଉପାଦାନ ଭାବରେ ବ୍ୟବହାର କରି ବ୍ୟଞ୍ଜନ ପ୍ରସ୍ତୁତ କରିବା ପାଇଁ କୁହାଯାଇଥିଲା । ବିଚାରକ ଭାବରେ ଶ୍ରୀ ମାଇକେଲ, ଓଡିଶା ମିଲେଟ ମିଶନ ତରଫରୁ ଶ୍ରୀ ରତିକାନ୍ତ ଏବଂ ସୁଶ୍ରୀ ନିହାରିକ ଦାଶ ଷଡଙ୍ଗୀ, ନ୍ୟୁଟ୍ରିନିଷ୍ଟ ଦାୟିତ୍ୱ ନିର୍ବାହ କରିଥିଲେ । ବିଭିନ୍ନ ପ୍ରକାର ଡିସେସ ଯଥା ଭେଜ ଓ ଚିକେନ ରାଗି ମୋମୋ, ଗୁପଚୁପ, କୋଦ ଚିକେନ ବିରିୟାନି ଭଳି ଅନେକ ବ୍ୟଞ୍ଜନ ବିଚାରକ ମାନଙ୍କ ସମ୍ମୁଖରେ ପ୍ରସ୍ତୁତ କରାଯାଇଥିଲା । ଏଗୁଡିକରେ ପୁଷ୍ଟିକର ଶକ୍ତିର ଉପସ୍ଥିତି, ସ୍ୱାଦଏବଂ ଉପସ୍ଥାପନା ଅତି ଉଚ୍ଚକୋଟିର ଓ ମନମୁଗ୍ଧକର ଥିଲା ।
ଫୁଡ ଫେଷ୍ଟିଭାଲର ଅନ୍ତିମ ଦିନରେ ଏହାର ବିଜେତା ଘୋଷଣା ହୋଇଥିଲା । “ମିକ୍ସ ମିଲେଟ ଥଣ୍ଡାଇ” ପ୍ରସ୍ତୁତ କରିଥିବା ସୁଶ୍ରୀ ଧରିତ୍ରୀ ସାହୁଙ୍କୁ ବିଜୟିନୀ ଘୋଷିତ କରାଯାଇଥିଲା । ବିଜୟିନୀଙ୍କୁ ପୁରଷ୍କାର ସ୍ୱରୂପ ମାଇକେଲ୍ସ କିଚେନରେ ଏକ ମାସ ପାଇଁ ବୃତ୍ତିଗତ ତାଲିମ ପ୍ରଦାମ ଏବଂ ଓଡିଶା ମିଲେଟ ମିଶନ ଓ ମିଲ୍କ ମନ୍ତ୍ରା ତରଫରୁ ଗିଫ୍ଟ ହେମ୍ପର ପ୍ରଦାନ କରାଯାଇଥିଲା । କୃଷି ବିଭାଗ ଯୁଗ୍ମ ନିଦ୍ଦେଶକ ଶୈଲେନ୍ଦ୍ର କୁମାର ମହାନ୍ତି ଓ ସେଫ୍‌ ମାଇକେଲ ପୁରଷ୍କାର ପ୍ରଦାନ କରିବା ସହ ଅଂଶଗ୍ରହଣକାରୀଙ୍କୁ ସାର୍ଟିଫିକେଟ ବଂଟନ କରିଥିଲା ।
ଡାଏଟିସିଆନ ବିଜୟିନୀ ଧରତ୍ରି ସାହୁ ନିଜ ପ୍ରତିକ୍ରିୟାରେ ଖ୍ୟାତିସମ୍ପନ୍ନ ବିଚାରକମାନଙ୍କ ସମ୍ମୁଖରେ ରୋଷେଇ କରି ବିଜୟୀ ହେବା ବହୁତ ଆନନ୍ଦଦାୟକ । ଜଣେ ଡାଏଟିସିଆନ ଭାବରେ ସରକାର ମିଲେଟକୁ ସୃଜନଶୀଳତା ଓ ପ୍ରତିଯୋଗିତାମୂଳକ ଉପାୟରେ ପ୍ରୋତ୍ସାହିତ କରିବା ପାଇଁ ନେଇଥିବା ପଦକ୍ଷେପକୁ ଦେଖି ମୁଁ ଅତ୍ୟନ୍ତ ଉତ୍ସାହିତ । ସେଫ୍‌ ମାଇକେଲଙ୍କ ଠାରୁ ୩୦ ଦିନିଆ ପ୍ରଶିକ୍ଷଣକୁ ଅପେକ୍ଷା କରିଛି ।

ରାଜ୍ୟ ସରକାର ଓଡିଶା ମିଲେଟ ମିଶନକୁ ସଦାସର୍ବଦା ଶାସନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ବିବେଚନା କରୁଥିବାବେଳେ ମିଲେଟ ଫୁଡ ଫେଷ୍ଟିଭାଲ ଭଳି କାର୍ଯ୍ୟକ୍ରମ କରି ଜନସାଧାରଣଙ୍କ ମଧ୍ୟରେ ଏହାର ଗ୍ରହଣୀୟତା ବୃଦ୍ଧି ପାଇଁ ଅନୁକରଣୀୟ ପଦକ୍ଷେପ ଗ୍ରହଣ କରିଛନ୍ତି । ଅଂଶଗ୍ରହଣକାରୀମାନଙ୍କ ଉଦ୍ଦେଶ୍ୟରେ ଶୈଳେନ୍ଦ୍ର ମହାନ୍ତି ନିଜ ବକ୍ତବ୍ୟରେ ସେଫ୍‌ ମାଇକେଲ ଓ ତାଙ୍କ ଟିମ ତଥା ଅଂଶଗ୍ରହଣକାରୀଙ୍କୁ ଶୁଭେଚ୍ଛା ଜଣାନ୍ତି । ସରକାର ଓ ସ୍ଥାନୀୟ ସେଲିବ୍ରିଟି ମାନଙ୍କର ମିଳିତ ସହଯୋଗରେ ଏଭଳି ଉଦ୍ୟମ ମିଲେଟକୁ ଖାଦ୍ୟ ଭାବରେ ଗ୍ରହଣ କରିବାର ପଥ ଉନ୍ମୁକ୍ତ କରିବ ବୋଲି କହିଛନ୍ତି ।

ଏହି ପ୍ରତିଯୋଗିତା ପ୍ରମାଣ କରିଥିଲା ଯେ ରାଜ୍ୟର ଗୃହିଣୀମାନଙ୍କ ମଧ୍ୟରେ ମିଲେଟର ଚମତ୍କାରିତା ସେମାନଙ୍କ ପରିବାର ପାଇଁ ଏକ ଉତ୍ତମ ପୁଷ୍ଟିକର ଖାଦ୍ୟ ଭାବରେ ପ୍ରଥମ ପସନ୍ଦ ପାଲଟିବ । ଅଧିକନ୍ତୁ ରାଜ୍ୟରେ ମିଲେଟର ଗ୍ରହଣୀୟତା ବୃଦ୍ଧି କରିବାପାଇଁ ଏହିଭଳି କାର୍ଯ୍ୟକ୍ରମ ଏବଂ ବ୍ୟକ୍ତି ବିଶେଷ ମାନଙ୍କର ସହଯୋଗ ଜାରି ରଖିବାପାଇଁ ଓଡିଶା ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ।

Comments are closed.