୨୦୨୪ରେ ଓଡ଼ିଶାର ପରିସ୍ଥିତି

ସ୍ବତନ୍ତ୍ର ଉତ୍କଳ ପ୍ରଦେଶର ରାଶି ଓ ଲଗ୍ନକୁ ବିଚାର କଲାବେଳେ ଓଡ଼ିଶାର ରାଶି କର୍କଟ ଓ ମିଥୁନ ଲଗ୍ନ ହୋଇଥିଲାବେଳେ ସମ୍ପ୍ରତି ବୃହସ୍ପତିରେ ବୃହସ୍ପତି ମହାଦଶା ଚାଲିଛି। ଚଳିତ ବର୍ଷର ଗ୍ରହମାନଙ୍କ ଅବସ୍ଥିତି ଓ ଗୋଚରଫଳ ଏବଂ ଗ୍ରହମାନଙ୍କର ଚଳନ ଓଡ଼ିଶା ପାଇଁ ମଧ୍ୟମ ଫଳ ପ୍ରଦାନ କରିବ। ଏ ବର୍ଷ ନିର୍ବାଚନର ବର୍ଷ ହୋଇଥିଲାବେଳେ ଶାସକ ଦଳ ବିଜୟ ଲାଭ କରିବେ ଓ ସରକାର ଗଠନ କରିବେ। ସରକାର ରାଜ୍ୟର ପ୍ରଗତି ପାଇଁ ବହୁ ଯୋଜନା ପ୍ରଣୟନ କରିବା ସହ ଯୋଜନାର ସଫଳତା ପାଇଁ ଆର୍ଥିକ ବ୍ୟବସ୍ଥା ମଧ୍ୟ କରିବେ। କୃଷି ସମସ୍ୟା, ଖାଦ୍ୟ ସମସ୍ୟା, ଆଭ୍ୟନ୍ତରୀଣ ସମସ୍ୟା, କୂଟନୈତିକ ସ୍ତରରେ ବିଫଳତା ଶାସକଦଳ ସଦସ୍ୟମାନଙ୍କ ମଧ୍ୟରେ ମନୋମାଳିନ୍ୟ, ଖାଦ୍ୟ ଓ ତୈଳଜାତୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି, ଆଇନଶୃଙ୍ଖଳା ରକ୍ଷାକ୍ଷେତ୍ରରେ ଅପାରଗତା, ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି, ବିଶେଷ କରି ବିରୋଧୀମାନଙ୍କ ଅସହଯୋଗ ରାଜ୍ୟ ପ୍ରଗତିର ପଥରୋଧ କରିପାରେ। ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ସମନ୍ବୟର ଅଭାବ ପରିଲକ୍ଷିତ ହେବା ସହ ରାଜନୈତିକ ଦଳମାନଙ୍କ ମଧ୍ୟରେ ଅନ୍ତର୍ଦ୍ବନ୍ଦ୍ବ ଓ କଳହ ରାଜ୍ୟବାସୀଙ୍କ ଉପରେ ପ୍ରଭାବ ପକାଇବ।

ଖଣିଜଜାତ ଦ୍ରବ୍ୟ ଓ ବନଜାତ ଦ୍ରବ୍ୟର ଅଭାବୀ ବିକ୍ରି ଓ ଧାନର ଉପଯୁକ୍ତ ମୂଲ୍ୟ ନିର୍ଦ୍ଧାରଣ ନ ହେବା ସରକାରଙ୍କୁ ଅସୁବିଧାରେ ପକାଇପାରେ। କୁସଂସ୍କାର ଓ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି, ନାରୀ ନିର୍ଯ୍ୟାତନା, ମାଓବାଦୀ ଓ ଆଦିବାସୀମାନଙ୍କ ସମସ୍ୟା, ଶିକ୍ଷକ, ଚାଷୀ, ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ସମସ୍ୟା ସରକାରଙ୍କୁ ଅଡୁଆରେ ପକାଇବ। ତଥାପି ସରକାର ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିବେ ଓ ସମସ୍ୟା ସମାଧାନରେ ବ୍ରତୀ ହେବେ। ଶିକ୍ଷା, ସ୍ବାସ୍ଥ୍ୟ, କାରିଗରୀ, ସଡ଼କ ପରିବହନ, ସମସ୍ତଙ୍କୁ ସ୍ବାସ୍ଥ୍ୟସେବା ପ୍ରଦାନ ଓ ଜନସାଧାରଣଙ୍କ ଉନ୍ନତି ପାଇଁ ସରକାର ଶତତ ଚେଷ୍ଟିତ ହେବା ସହ ଏଥିପାଇଁ ଶିଳ୍ପମେଳା ଓ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କୁ ପୁଞ୍ଜି ଲଗାଇବା ପାଇଁ ଆମନ୍ତ୍ରଣ ଜଣାଇବେ। କେନ୍ଦ୍ର ସରକାରଙ୍କ ନିକଟରେ ଦୃଢ଼ ଯୁକ୍ତି ଉପସ୍ଥାପନ କରି ନିଜର ଦାବି ଜଣାଇବେ। ବିଦ୍ୟୁତ୍‌ ଉତ୍ପାଦନ, ଶସ୍ୟ ଉତ୍ପାଦନ, କୃଷି ତଥା ଜଳସେଚନ କ୍ଷେତ୍ରରେ ସ୍ବାବଲମ୍ବୀ ହେବା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିବେ।

କ୍ରୀଡ଼ା, କଳା, ସଂସ୍କୃତି, ଗବେଷଣା, ଶିକ୍ଷା, ସାହିତ୍ୟ, ବିଜ୍ଞାନ ଓ କୃଷିକ୍ଷେତ୍ରରେ ଓଡ଼ିଶାର ପ୍ରଗତି ସଂଘଟିତ ହେବ। ସରକାର ଗମନାଗମନର ସୁବିଧା ପାଇଁ ନୂତନ ସଡ଼କପଥ ନିର୍ମାଣ, ନୂତନ ସେତୁ ପ୍ରତିଷ୍ଠା, ନୂତନ ଶିଳ୍ପ ପ୍ରତିଷ୍ଠା, ବେକାରୀ ଦୂରୀକରଣ, ଅଧିକ ଡାକ୍ତରୀ ପଦ ସୃଷ୍ଟି, ଶିଶୁ ଓ ବୟସ୍କଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିବେ। ଜାତୀୟ ଓ ଅନ୍ତର୍ଜାତୀୟସ୍ତର​‌େ​ର ରାଜ୍ୟର କ୍ରୀଡ଼ାବିତ୍‌, କଳାକାର, ଚିକିତ୍ସା ବିଜ୍ଞାନୀ, ଲେଖକ ଓ ଶିଳ୍ପୀ ନିଜର କୃତିକୁ ନେଇ ଖ୍ୟାତି ଅର୍ଜନ କରିବେ ଓ ପୁରସ୍କୃତ ହେବ। ପାଣିପାଗ ଓ ବିପର୍ଯ୍ୟୟ କଥାକୁ ବିଚାର କଲେ ରାଜ୍ୟ ମାର୍ଚ୍ଚରୁ ଅଗଷ୍ଟ, ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବ। ରାଜ୍ୟର ପୂର୍ବାଞ୍ଚଳ ଓ ପଶ୍ଚିମାଞ୍ଚଳରେ କୃଷି ସମସ୍ୟା, ଝଡ଼ତୋଫାନ, ଲଘୁଚାପଜନିତ ବର୍ଷା, ଧାନର ଅଭାବୀ ବିକ୍ରି ଓ ମରୁଡ଼ି ଜନିତ ସମସ୍ୟା ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ହେବ। ପ୍ରଚଣ୍ଡ ଗ୍ରୀଷ୍ମତାପ, ଶୀତ ଲହରୀ, ଦୁର୍ଘଟଣାଜନିତ ମୃତ୍ୟୁ, ବିଜୁଳି ଆଘାତରେ ମୃତ୍ୟୁ ରାଜ୍ୟ ଓ ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ହେବ।

Comments are closed.