BJD Bijuli 480×75 Mob

ରାଜ୍ୟ ବିକାଶ ପଥରେ ଅନ୍ତରାୟ ଅଵ୍ୟଵସ୍ଥିତ ଖଣିଜ ଖନନ

BJD Bijuli 480×75 Mob

ଭୁବନେଶ୍ୱର: ଓଡ଼ିଶାରେ ଖଣିଜ ସମ୍ପଦର ବିକାଶ ପରିବର୍ତ୍ତେ ବିନାଶ ହେବାରେ ଲାଗିଛି। ବେପରୁଆ ଖଣିଜ ସମ୍ପଦ ଲୁଟ ଏବଂ ଖଣିଜ ସମ୍ପଦ ଉପରେ ନିର୍ଭର କରି ଗଢି ଉଠୁଥିବା ଉଦ୍ୟୋଗ ପାଇଁ କେବଳ ଯେ ପରିବେଶ ପ୍ରଦୂଷଣ ବୃଦ୍ଧି ପାଉଛି ତା ନୁହେଁ, ଏହାର ପ୍ରଭାବରେ ଗରିବ ଏବଂ କୃଷକମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଓ ଆର୍ଥିକ ପରିସ୍ଥିତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି। ଏଭଳି ସମସ୍ୟା ବହୁଳ ପ୍ରସଙ୍ଗକୁ ନେଇ ଆଜିଠାରୁ ଓଡିଶା ପରିବେଶ କଂଗ୍ରେସ ୨୦୧୯ ପକ୍ଷରୁ ‘ପରିବେଶ ଓ ଖନନ’ ଶୀର୍ଷକ ତିନି ଦିବସୀୟ ଆଲୋଚନା ଚକ୍ର ଆୟୋଜନ କରାଯାଇଛି ଯେଉଁଥିରେ ଏହି ସମସ୍ୟାର ସମାଧାନର ଉପାୟ ସମ୍ପର୍କରେ ଆଲୋଚନା କରାଯିବ।

ଅନୁଷ୍ଠିତ ହେବାକୁ ଥିବା ସେମିନାର ସମ୍ପର୍କରେ ଆୟୋଜକ କମିଟିର ଅଧ୍ୟକ୍ଷ ସୁଦର୍ଶନ ଦାଶ କହିଛନ୍ତି, ଓଡିଶା ରାଜ୍ୟ ଖଣିଜ ସମ୍ପଦରେ ପରିପୂର୍ଣ୍ଣ ହୋଇଥିଲେ ମଧ୍ୟ ବେପରୁଆ ଓ ଅଵ୍ୟଵସ୍ଥିତ ଖନନ ବା ଖଣିଜ ଉତ୍ତୋଳନ ଏବେ ମଣିଷ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି। ସମୟ କ୍ରମେ ପରିବେଶ ନଷ୍ଟ ହେବାରେ ଲାଗିଛି। ଆଇରନ ଓର, ବକସାଇଟ, ମାଙ୍ଗାନିଜ, କୋଇଲା ଏବଂ କ୍ରୋମାଇଟ ଆବଶ୍ୟକତା ପୂରଣ ପାଇଁ ଅବୈଧ ଖନନ ସାଧାରଣ ଲୋକଙ୍କ ପାଇଁ ନାହିଁ ନ ଥିବା ବିପଦ ସୃଷ୍ଟି କରିଛି। ଆଜି ଭୁବନେଶ୍ୱର ଆଚାର୍ଯ୍ୟ ବିହାରଠାରେ ହେବାକୁ ଥିବା ଆଲୋଚନା ଚକ୍ରରେ ଏହି ପ୍ରସଙ୍ଗ ଉପରେ ମାନସ ମନ୍ଥନ ହେବ।

କମିଟି ଅଧ୍ୟକ୍ଷ ସୁଦର୍ଶନ କହିଛନ୍ତି, ଭୂ-ସଂରକ୍ଷଣ, ସମ୍ଭାବିତ ବିନାଶର ନିୟନ୍ତ୍ରଣ, ଖନନର ସୀମା ନିର୍ଦ୍ଧାରଣ ଓ ପରିବେଶ ସୁରକ୍ଷା ଆଦି ବିଷୟ ଏହି ଆଲୋଚନା ଚକ୍ରର ଉଦ୍ଦେଶ୍ୟ। ଏଥିରେ ୩୫ ଜଣ ବିଶେଷଜ୍ଞ, ବୈଜ୍ଞାନିକ, ପରିବେଶବିତ ଓ ଗବେଷକ ଯୋଗଦେବା ସହ ମତ ଉପସ୍ଥାପନା କରିବାର କାର୍ଯ୍ୟକ୍ରମ ରହିଛି। ଆଲୋଚନା ଚକ୍ରର ନିଷ୍କର୍ସ ରାଜ୍ୟ ସରକାରଙ୍କୁ ଦିଆଯିବ। ଏଥିରେ ଏକ ମୁକ୍ତ ଅଧିବେଶନରେ ସାଧାରଣ ଲୋକଙ୍କ ମତାମତ ଗ୍ରହଣ କରାଯିବ ସହ ଖଣିଜ ଉଦ୍ୟୋଗ ସହ ଜଡିତ ବ୍ୟକ୍ତି ବିଶେଷ ଏବଂ କଳାହାଣ୍ଡି, ରାୟଗଡା, ନିୟମଗିରି, ଝାରସୁଗୁଡା, କୋରାପୁଟ ଏବଂ ଅନୁଗୁଳ ଭଳି ଖଣିଜ ସମ୍ପନ୍ନ ଆଠଟି ଜିଲ୍ଲାର ଲୋକେ ଭାଗ ନେବାର କାର୍ଯ୍ୟକ୍ରମ ରହିଛି।

Comments are closed.