୧୫ଶହ ଉଠାଜଳସେଚନ ପ୍ରକଳ୍ପ ପାଇଁ ୪ ଶହ କୋଟି
ଜଳ ଭିତ୍ତିଭୂମି ସୃଷ୍ଟି ନିମନ୍ତେ ବିନିଯୋଗ ହେବ ୭୫ହଜାର କୋଟି
ଭୁବନେଶ୍ବର: ରାଜ୍ୟରେ ବଢି ଚାଲିଥିବା ଆବଶ୍ୟକତାକୁ ପୂରଣ କରିବା ପାଇଁ ଜଳ ଭିତ୍ତିଭୂମି ସୃଷ୍ଟି କରାଯିବ ବୋଲି ଏଥିପାଇଁ ଆମ ସରକାର ୭୫ ହଜାର କୋଟି ଟଙ୍କା ବିନିଯୋଗ କରିବ ବୋଲି ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି। ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଗତ କରିଥିବା କୃଷି ବଜେଟରେ ଉଠାଜଳସେଚନ ପ୍ରକଳ୍ପ ଉପରେ ଗୁରୁତ୍ବ ଦେଇଛନ୍ତି।
ପାର୍ବତୀ ଗିରି ବୃହତ ଉଠାଜଳସେଚନ ପ୍ରକଳ୍ପ ପାଇଁ ୫ ଶହ କୋଟି ଟଙ୍କା ଏବଂ ବିଜୁ କୃଷକ ବିକାଶ ଯୋଜନାରେ ୧୫ଶହ ଉଠାଜଳସେଚନ ପ୍ରକଳ୍ପ ପାଇଁ ୪ ଶହ କୋଟି ବ୍ୟୟବରାଦ ଅଟକଳ କରାଯାଇଛି। ସେହିପରି ଅଚଳ ଉଠାଜଳସେଚନ ପ୍ରକଳ୍ପ ପୁନରୁଦ୍ଧାର ପାଇଁ ୧୯୧ କୋଟି ଏବଂ ଆଉ ୪୫୦ଟି ଚେକ୍ ଡ୍ୟାମ୍ ନିର୍ମାଣ ପାଇଁ ୧୮୧ କୋଟି ବ୍ୟବସ୍ଥା ରହିଛି।
ଲୁଣା ବନ୍ଧ ସୁଦୃଢ଼ୀକରଣ ପାଇଁ ବଜେଟରେ ୯୬୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। କାଳିଆ ଯୋଜନାରେ ଚାଷୀ ଋଣ ସୁଧ ରିହାତି ପାଇଁ ୮୩୬ କୋଟି ଏବଂ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପ୍ରାପ୍ୟ ପ୍ରଦାନ ପାଇଁ ୬ଶହ କୋଟି ବ୍ୟୟବରାଦ ହୋଇଥିବାବେଳେ ମିଲେଟ ମିଶନ ପାଇଁ ୪୯୭ କୋଟି ଟଙ୍କା ବ୍ୟୟବରାଦ ଦିଆଯାଇଛି।
ରାଜ୍ୟ ସରକାର ଗଭୀର ନଳକୂପ ଓ ଗୋଷ୍ଠୀ ଉଠା ଜଳସେଚନ କାର୍ଯ୍ୟକ୍ରମକୁ ଚାଷୀ ଅନୁକୂଳ କରିଛନ୍ତି। ଏହି ଯୋଜନାରେ ଲକ୍ଷେରୁ ଅଧିକ ନଳକୂପ ୩୫ ହଜାର ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ୨୦୨୫-୨୬ ସୁଦ୍ଧା ଅଧିକ ଏକ ଲକ୍ଷ ଗଭୀର ନଳକୂପ ସ୍ଥାପନ ପାଇଁ ୪ ହଜାର ୧୯୮ କୋଟି ଟଙ୍କା ମଞ୍ଜୁର ହୋଇଛି। ଆସନ୍ତା ଆର୍ଥିକ ବର୍ଷରେ ବିଜୁ କୃଷକ ବିକାଶ ଯୋଜନାରେ ଦେଢ ହଜାର ଗୋଷ୍ଠୀ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀରୀ କରିବାକୁ ୪ ଶହ କୋଟି ବରାଦ ହୋଇଛି।
Comments are closed.