ହଟ୍ଟଗୋଳ ଯୋଗୁ ଗୃହ ଅଚଳ, ୧୧.୩୦ ଯାଏଁ ମୁଲତବୀ ଘୋଷଣା

ଭୁବନେଶ୍ଵର: ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ବିଧାନସଭାରେ ଦେଖାଦେଇଛି ଅଚଳାବସ୍ଥା। ଗୃହ କାର୍ଯ୍ୟ ଆରମ୍ଭରୁ ବିରୋଧୀ ପ୍ରବଳ ହୋ ହାଲ୍ଲା ଓ ନାରାବାଜୀ କରିଥିଲେ। ଫଳରେ ୧୧.୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ। ନାରୀ ସୁରକ୍ଷା ପ୍ରସଙ୍ଗ ନେଇ ଗୃହ କମିଟି ଗଠନ ଦାବି କରି ବିଧାନସଭା ପରିସରରେ କଂଗ୍ରେସ କଳା ପୋଷାକ ପିନ୍ଧି ଘଣ୍ଟ ବାଡ଼େଇ ଓ ଶାହାନାଇ ବଜାଇ ପ୍ରତିବାଦ କରିଛି। ସେପଟେ ବିରୋଧୀଙ୍କ ଲାଇଭ୍‌ ଭିଜୁଆଲ୍‌ ଦେଖାଯାଉ ନଥିବା ଅଭିଯୋଗ କରି ଗୃହ ମଧ୍ୟଭାଗକୁ ଆସି ହୋ ହାଲ୍ଲା କରିଛି ବିଜେଡି।

Comments are closed.