www.samajalive.in
Monday, December 15, 2025
24.1 C
Bhubaneswar

ଧାର୍ଯ୍ୟ ସମୟରେ କାମ ନ ସାରିଲେ କଳା ତାଲିକାଭୁକ୍ତ ହେବେ କମ୍ପାନୀ

ଡେସ୍କ: ରାଜ୍ୟ ସରକାର ନିର୍ମାଣାଧୀନ ମେଗା ପାନୀୟ ଜଳ ପ୍ରକଳ୍ପ ଶେଷ ହେବା ନେଇ ଦେଖା ଦେଇଥିବା ଅନିୟମିତତାକୁ ଦୃଢ଼ ଭାବେ ଦମନ କରିବାକୁ ଅଣ୍ଟା ଭିଡିଛନ୍ତି। ଏଣିକି ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ ନ ହେଲେ, ସମ୍ପୃକ୍ତ କମ୍ପାନୀକୁ କଳା ତାଲିକାଭୁକ୍ତ କରିବେ ସରକାର। ମଙ୍ଗଳବାର ବିଧାନସଭାରେ ଏଭଳି କହିଛନ୍ତି ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ। ସେ କହିଛନ୍ତି, ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହେଉ ନ ଥିବାରୁ ବିଭିନ୍ନ ଠିକା ସଂସ୍ଥାଙ୍କ ଉପରେ ଜରିମାନା କରାଯାଇଛି। ଆସନ୍ତା ଏକ ସପ୍ତାହ ମଧ୍ୟରେ ଏ ନେଇ ବୈଠକ କରାଯିବା ସହ ସମ୍ପୃକ୍ତ କମ୍ପାନୀଗୁଡିକୁ ତାଗିଦ କରାଯିବ ବୋଲି ସେ କହିଛନ୍ତି।

ବିଧାନସଭାରେ ଆଜି ମନ୍ତ୍ରୀ ଶ୍ରୀ ନାଏକ କହିଛନ୍ତି, ୨୦୨୬ ଡିସେମ୍ବର ସୁଦ୍ଧା ରାଜ୍ୟରେ ସମସ୍ତ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହେବ।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories