www.samajalive.in
Sunday, December 14, 2025
26.1 C
Bhubaneswar

ତାରିଣୀ ପୀଠ ଘଟଗାଁ ଓ ଆନନ୍ଦପୁରକୁ ରେଳ ସଂଯୋଗ ଦାବି କଲେ ସାଂସଦ 

କେନ୍ଦୁଝରଗଡ଼: ସଂସଦରେ ରେଳ ବିଭାଗ ସମ୍ପର୍କିତ ଆଲୋଚନା କାଳରେ କେନ୍ଦୁଝର ଜିଲାରେ ରେଳ ଭିତ୍ତିଭୂମିର ବିକାଶ ପାଇଁ ଲୋକସଭା ସଦସ୍ୟ ଅନନ୍ତ ନାୟକ ଦାବି ଉପସ୍ଥାପନ କରିଛନ୍ତି। ହାୱଡାରୁ ବଡବିଲ ପର୍ଯ୍ୟନ୍ତ ଚଳାଚଳ କରୁଥିବା ଜନଶତାବ୍ଦୀ ଏକ୍ସପ୍ରେସକୁ ଆବଶ୍ରକତା ଦୃଷ୍ଟିରୁ ତୁରନ୍ତ ଜିଲା ମୁଖ୍ୟାଳୟ କେନ୍ଦୁଝର ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ସାଂସଦ ଶ୍ରୀ ନାୟକ ଦାବି କରିଛନ୍ତି। ସେହିଭଳି ଦୀର୍ଘବର୍ଷ ଧରି ପ୍ରକଳ୍ପରେ ସୀମିତ ଥିବା ବାଂଶପାଣି-ବଡବିଲ ନୂତନ ରେଳପଥକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ମଧ୍ୟ ଶୟୀ ନାୟକ ଦାବି କରିଛନ୍ତି। ଏତଦ୍‌‌ବ୍ୟତୀତ ପୁରୀ-ବଡବିଲ ଇଣ୍ଟରସିଟି ଟ୍ରେନକୁ କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ମା’ତାରିଣୀ ଏକ୍ସପ୍ରେସ ଭାବେ ନାମିତ କରିବା ସହ ଦୈନିକ ହଜାର ହଜାର ଭକ୍ତଙ୍କ ଯାତାୟତ ସୁବିଧା ଦୃଷ୍ଟିରୁ ଘଟଗାଁ ପର୍ଯ୍ୟନ୍ତ ରେଳପଥ ସମ୍ପ୍ରସାରଣ କରାଯାଇ ଅଧିକ ସଂଖ୍ୟକ ଶୀତତାପ ନିୟନ୍ତ୍ରୀତ କୋଚ ସଂଖ୍ୟା ବୃଦ୍ଧି କରିବାକୁ ମଧ୍ୟ ଦାବି କରିଛନ୍ତି। କେନ୍ଦୁଝରରୁ ଧାମରା ବନ୍ଦରକୁ ହେଉଥିବା ଖଣିଜସମ୍ପଦ ପରିବହନକୁ ଦୃଷ୍ଟିରେ ରଖି ଜିଲାର ଆନନ୍ଦପୁର ଉପଖଣ୍ଡକୁ ରେଳ ସୁବିଧା ଯୋଗାଇ ଦେବାକୁ ହେଲେ ଟାଙ୍ଗରିଆପାଳରୁ ଧାମରା ପର୍ଯ୍ୟନ୍ତ ଏକ ନୂତନ ରେଳପଥ ନିର୍ମାଣ ପାଇଁ ସାଂସଦ ଶ୍ରୀ ନାୟକ ତାଙ୍କ ଆଲୋଚନା କାଳରେ ପ୍ରସ୍ତାବ ଦେବା ଦହ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏଥିସହ କେନ୍ଦୁଝର ଦେଇ ନୂଆଦିଲ୍ଲୀକୁ ସପ୍ତାହକୁ ଥରେ ଚଳାଚଳ କରୁଥିବା ଦୃତଗାମୀ ଟ୍ରେନକୁ ସପ୍ତାହକୁ ଦୁଇଥର ଚଳାଚଳ କରିବା ଏବଂ କେନ୍ଦୁଝରବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ବ୍ରହ୍ମପୁର-ଟାଟାନଗର ବନ୍ଦେଭାରତ ଏକ୍ସପ୍ରେସ ଟ୍ରେନର ସମୟ ସାରଣୀରେ ପରିବର୍ତ୍ତନ କରିବାକୁ ସାଂସଦ ଶ୍ରୀ ନାୟକ ଦାବି କରିଛନ୍ତି। କେନ୍ଦ୍ରରେ ମୋଦୀ ସରକାର ଆସିବା ପରେ କେନ୍ଦୁଝର ଜିଲାରେ ରେଳ ସଂଯୋଗୀକରଣ ସହିତ ଆଧୁନିକରଣ ଏବଂ ନୂତନ ଟ୍ରେନ ମିଳିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଶ୍ରୀ ନାୟକ ଧନ୍ୟବାଦ ଜଣାଇଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories