www.samajalive.in
Monday, December 8, 2025
13.1 C
Bhubaneswar

ଯେସାକୁ ତେସା ନୀତି ନୁହେଁ ତ ୧୨ କଂଗ୍ରେସ ସଦସ୍ୟଙ୍କ ନିଲମ୍ବନ ଘଟଣା!

ଡେସ୍କ: ଓଡିଶା ବିଧାନସଭାରେ ଆଜି ଏକ ଅଭାବନୀୟ ଘଟଣାକ୍ରମରେ ବାଚସ୍ପତି ସୁରମା ପାଢ଼ୀ ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସର ୧୪ ଜଣ ବିଧାୟକଙ୍କ ମଧ୍ୟରୁ ୧୨ ଜଣଙ୍କୁ ନିଲମ୍ବନ କରିଛନ୍ତି। ମହିଳା ସୁରକ୍ଷା ନେଇ ହାଉସ କମିଟି ଗଠନ ଦାବିରେ ଚଳିତ ବିଧାନସଭା ଅଧିବେଶନ ସମୟରେ କଂଗ୍ରେସ ପକ୍ଷରୁ ଜୋରଦାର ବିରୋଧ କରୁଥିବା ବେଳେ ଗୃହ କାର୍ଯ୍ୟ ସଠିକ ଢଙ୍ଗରେ ଚାଲୁ ନ ଥିବା ବିଜେପି ଅଭିଯୋଗ କରିଆସୁଛି। ତେବେ ମଙ୍ଗଳବାର ବିଧାନସଭା ଅଧିବେଶନ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟରେ ଘଣ୍ଟ ବାଡେଇ ବିରୋଧ ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ। ଏଭଳି ପରିସ୍ଥିତି ଲାଗି ରହିବା ଫଳରେ ବାଚସ୍ପତି କଂଗ୍ରେସର ୧୨ ବିଧାୟକଙ୍କୁ ୭ ଦିନ ପାଇଁ ନିଲମ୍ବନ କରିଛନ୍ତି। କଂଗ୍ରେସର ନିର୍ବାଚିତ ୧୪ ଜଣ ବିଧାୟକଙ୍କ ମଧ୍ୟରୁ ମାତ୍ର ୨ ଜଣ ବିଧାୟକ ତାରା ପ୍ରସାଦ ବାହିନୀପତି ଓ ରମେଶ ଜେନା ନିଲମ୍ବନ ହେବାରୁ ବର୍ତ୍ତୀ ଯାଇଛନ୍ତି। ସୂଚନାଯୋଗ୍ୟ, ଏହା ପୂର୍ବରୁ ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ନିଲମ୍ବନ କରାଯାଇଥିଲା।

ତେବେ ଆଜିର ଏହି ଘଟଣାକୁ ନେଇ ରାଜନୈତିକ ବିତର୍କ ଆରମ୍ଭ ହୋଇଥିବା ବେଳେ ରାଜ୍ୟର ବିଜେପି ସରକାର କଂଗ୍ରେସ ପ୍ରତି ବିରୋଧାତ୍ମକ ଆଚରଣ ପ୍ରଦର୍ଶନ କରୁଥିବା ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି। କୁହାଯାଉଛି ଯେ କର୍ଣ୍ଣାଟକର କଂଗ୍ରେସ ସରକାର ସମାନ ଆଚରଣ ପାଇଁ ୧୮ ଜଣ ବିଜେପି ବିଧାୟକଙ୍କୁ ନିଲମ୍ବନ କରିଛନ୍ତି। ସମ୍ପୃକ୍ତ ବିଜେପି ବିଧାୟକମାନେ କର୍ଣ୍ଣାଟକ ବିଧାନସଭାରେ କ୍ରମାଗତ ବିରୋଧ ପ୍ରଦର୍ଶନ କରିବା ସହ ଗୃହ କାର୍ଯ୍ୟ ଚଲାଇ ଦେଉନଥିଲେ। ଫଳରେ ବାଚସ୍ପତି ୧୮ ଜଣ ସଦସ୍ୟଙ୍କୁ ୬ ମାସ ପାଇଁ ନିଲମ୍ବନ କରିଛନ୍ତି।

- Advertisement -

ଓଡିଶାର ବିଜେପି ସରକାର କର୍ଣ୍ଣାଟକର କଂଗ୍ରେସ ସରକାରଙ୍କ ପଦକ୍ଷେପର ଜବାବ ଦେବା ଲାଗି ଏଭଳି ପଦକ୍ଷେପ ନେଇଥିବା ଆଲୋଚନା ହେଉଛି। ଯଦି ବିରୋଧାତ୍ମକ ରାଜନୀତି କରିବା ଉଦ୍ଦେଶ୍ୟ ରଖି ଏଭଳି କରାଯାଇଥାଏ ତାହେଲେ ଆଗାମୀ ଦିନରେ ଗଣତନ୍ତ୍ର ବିପଦରେ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories