ଓଡିଆ ନବବର୍ଷ ଅବସରରେ ପ୍ରଧାନମନ୍ତ୍ରୀଙ୍କର ଓଡିଆରେ ଶୁଭେଚ୍ଛା ବାର୍ତ୍ତା
ନୂଆଦିଲ୍ଲୀ : ଓଡିଆ ନବ ବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଆରେ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି । ସବୁ ଓଡିଆର ନୂଚନ ବର୍ଷ ସୁଖରେ କଟୁ। ଓଡିଆ ସଂସ୍କୃତିକୁ ନେଇ ଆମେ ଗର୍ବିତ ବୋଲି ସେ ଉଲ୍ଲେଖ କରିଛନ୍ତି ।
“ବିଶ୍ଵର କୋଣ ଅନୁକୋଣରେ ରହୁଥିବା ମୋର ସମସ୍ତ ଓଡିଆ ବନ୍ଧୁ, ଭାଇ, ଭଉଣୀମାନଙ୍କୁ ମହାବିଷୁବ ସଂକ୍ରାନ୍ତିର ଅଭିନନ୍ଦନ ! ନୂତନବର୍ଷ ଭଲ ଓ ସୁଖରେ କଟୁ । ସମୃଦ୍ଧ ଓଡିଆ ସଂସ୍କୃତିକୁ ନେଇ ଆମେ ବିଶେଷଭାବେ ଗୌରବାନ୍ଵିତ”
To all my Odia friends across the world, greetings on Maha Vishuba Sankranti! Have a wonderful year ahead. We take immense pride in the rich Odia culture.
— Narendra Modi (@narendramodi) April 14, 2018