www.samajalive.in
Sunday, December 7, 2025
23.1 C
Bhubaneswar

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆଖାଇ ଶୁଭେଚ୍ଛା

-କରୋନା ମହାମାରୀ ସମୟରେ ସଚେତନ ରହିବାକୁ ପରାମର୍ଶ,
-ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ହାତଧୋଇବାକୁ ପରାମର୍ଶ

ନୂଆଦିଲ୍ଲୀ : କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ଲୋକମାନଙ୍କୁ  ଶୁଭେଚ୍ଛା ଜଣାଇବା ସହ କରୋନା ମହାମାରୀ ସମୟରେ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି।
ଭିଡ଼ିଓ ବାର୍ତ୍ତାରେ ଶ୍ରୀ ପ୍ରଧାନ କହିଛନ୍ତି ଚାଷର ସୁରକ୍ଷା ଏବଂ ମାଆ ମାଟିର ଉନ୍ନତି, ପରିବାରର ଆଦର ଏବଂ ସମ୍ମାନ ଓ ସମାଜରେ ଭାଇଚାରାକୁ ବ୍ୟାପକ କରିବା ନୂଆଖାଇର ମୁଖ୍ୟ ସନ୍ଦେଶ। ନୂଆଖାଇର ସନ୍ଦେଶ ପାଳନ କଲେ ପରିବାର ଏବଂ ସମାଜରେ ସୁଖ, ଶାନ୍ତି ରହିବ।
ସାରା ଦୁନିଆ ବିଶ୍ୱ ମହାମାରୀ ସହ ଲଢେଇ କରୁଛି। ଏହି ସମୟରେ ସମସ୍ତଙ୍କୁ ମିଳିମିଶି ରହିବା ସହ ନିଜ ପରିବାରର ଯତ୍ନ ନେବାର ଆବଶ୍ୟକତା ରହିଛି। ଏହା ଚଳିତବର୍ଷ ନୂଆଖାଇର ବିଶେଷ ବାର୍ତ୍ତା।
ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ ନିୟମିତ ବ୍ୟବଧାନରେ ବାରମ୍ବାର ସବୁନରେ
ହାତ ଧୋଇବା ପାଇଁ ଅନୁରୋଧ କରିଛନ୍ତି ଶ୍ରୀ ପ୍ରଧାନ।
ଏହି ଅବସରରେ ଶ୍ରୀ ପ୍ରଧାନ ମାଆ ସମଲେଇଙ୍କ ନିକଟରେ ସମସ୍ତଙ୍କ ସୁଖ, ଶାନ୍ତି ଓ ନିରାମୟ ଜୀବନ
କାମନା କରିଛନ୍ତି।

Hot this week

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

Related Articles

Popular Categories