www.samajalive.in
Sunday, December 14, 2025
26.1 C
Bhubaneswar

ଡକାୟତି ଉଦ୍ୟମ ମାମଲାରେ ସଂପୃକ୍ତ ଯୁବକ ଗିରଫ

ଗୋଊ: ଗୋଳନ୍ଥରା ଥାନା ଅଧିନସ୍ଥ ଜାତୀୟ ରାଜପଥ ୧୬ ସୁମାଣ୍ଡି ଛକ ଠାରେ ଏକ କାରକୁ ଭଙ୍ଗାରୁଜା କରି ଆକ୍ରମଣ କରିବା ଅଭିଯୋଗରେ ମଙ୍ଗଳବାର ପୋଲିସ ଏଥିରେ ସମ୍ପୃକ୍ତ ଥିବା ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ପାରଳାଖେମୁଣ୍ଡି ରାମନଗର ଅଞ୍ଚଳର ଅର୍ଜୁନ ଭୋଷଲେ (୨୦) ବୋଲି ତଦନ୍ତ କରି ଅଧିକାରୀ ରାମ ଶଙ୍କର ବେହେରା ସୂଚନା ଦେଇଛନ୍ତି। ସଦର ଥାନା ଅଧିନସ୍ଥ ଗୁଣ୍ଠବନ୍ଧ ଗ୍ରାମର ରମେଶ ଚଦ୍ର ମହାନ୍ତି କାର ଯୋଗେ କୋଣସି କାମନେଇ ଗତ ୫ ତାରିଖ ରାତିରେ ଇଛାପୁର ଯାଇଥିଲେ। କାମ ସାରି ରାତି ୧୧ ଟା ବେଳେ ୧୬ ନଂ ଜାତୀୟ ରାଜପଥ ଦେଇ ବ୍ରହ୍ମପୁର ଫେରୁଥିବା ବେଳେ ସୁମାଣ୍ଡି ନିକଟରେ ହଠାତ ଚାରି ଜଣ  ଯୁବକ କାର ସମ୍ମୁଖକୁ ଆସି  ପଥର ଫିଙ୍ଗିବା ସହ ଠେଙ୍ଗାରେ କାରର କାଚ ଭାଙ୍ଗି ଦେଇଥିଲେ। ଆକ୍ରମଣ ମଧ୍ୟ କରିଥିଲେ। କିନ୍ତୁ କୈଶଳ କ୍ରମେ ସେମାନେ କାରକୁ ନ ଅଟକାଇ ସେଠାରୁ ଦୃତ ଗତିରେ ଚାଲି ଯାଇଥିଲେ। ଏ ନେଇ ରମେଶ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଘଟଣାରେ ସମ୍ପୃକ୍ତ ଥିବା ଅର୍ଜୁନକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories