ଲଡୁଗାଁ: କୋକସରା ବ୍ଲକ ଲଡୁଗାଁ ହାୟର ସେକେଣ୍ଡାରୀ ସ୍କୁଲରେ ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ସୋମବାର ଠାରୁ ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡ଼ ନିହାରକାନ୍ତ ପଣ୍ଡାଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ବେଳେ ଏକଦଶ ଶ୍ରେଣୀର ୬୯ ଜଣ ଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି। କାର୍ଯ୍ୟକ୍ରମ ସଂଯୋଜିକା ସୁଶ୍ରୀ ଅଙ୍କିତା ଖୋରାଙ୍କ ତତ୍ବାବଧାନରେ ପ୍ରଶିକ୍ଷିକା ସୁମିତ୍ରା ଧ. ମାଝୀ ୨ଟି ଗ୍ରୁପ୍ ରେ ତାଲିମ୍ ପ୍ରଦାନ କରୁଛନ୍ତି।
ତାଲିମରେ ଛାତ୍ରୀମାନଙ୍କୁ ମାନସିକ ସ୍ତରରେ ମଧ୍ୟ ଦକ୍ଷ କରାଯିବା ସହ ମାଇଣ୍ଡ୍ ଟୁ ମସଲ୍, ମସଲ୍ ଟୁ ମାଇଣ୍ଡ୍, ଏନୋରବିକ୍, ଫ୍ଲେକ୍ସବିଲିଟି ଓ ସେଲ୍ଫ ଡିଫେନ୍ସ ସ୍କିଲ ତାଲିମ ମିଳିବ।



